କୌଣସି ମହିଳାଙ୍କୁ କେବେ ଖୁଣ୍ଟରେ ଚଢି ବିଦ୍ୟୁତ୍ ତାର ସଜାଡୁଥିବା ଦେଖିଛନ୍ତି କି? ହୁଏତ ଦେଖି ନ ଥିବେ। ମହାରାଷ୍ଟ୍ରରେ ଜଣେ ମହିଳା ଏଭଳି କାମ କରୁଥିବା ଦେଖାଯାଇଛି। ଏବେ ମହିଳାଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ମହିଳାଙ୍କ ଏଭଳି କାର୍ଯ୍ୟକୁ ଅନେକ ଲୋକ ସଲାମ କରୁଥିବାବେଳେ ସ୍ଥାନୀୟ ଲୋକେ କିନ୍ତୁ ତାଙ୍କୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ଲକ୍ଡାଉନ୍ ସମୟରେ ଉଷା ଜଗଦାଲେ ନାମକ ମହିଳା ଗ୍ରାହକଙ୍କ ଅଭିଯୋଗ ଅନୁସାରେ ଖୁଣ୍ଟରେ ଚଢି ତାର ସଜାଡୁଛନ୍ତି। ଅଲ୍ ଇଣ୍ଡିଆ ରେଡିଓ ନ୍ୟୁଜ୍ର ଟୁଇଟରରେ ଉଷାଙ୍କ ଭିଡିଓ ମଧ୍ୟ ଶେୟାର କରାଯାଇଛି। ବିନା କୌଣସି ସିଡ଼ି ସହାୟତାରେ ଉଷା ଖୁଣ୍ଟ ଉପରେ ଚଢୁଥିବା ଭିଡିଓରେ ଦେଖାଯାଇଛି। ଭିଡଓଟି ଭାଇରାଲ ହୋଇଛି। କିଛି ୟୁଜର୍ସ ବିଦ୍ୟୁତ୍ ବିଭାଗର କାର୍ଯ୍ୟକୁ ସମାଲୋଚନା କରିଥିବାବେଳେ ଆଉ କିଛି ଲୋକ ଉଷାଙ୍କ ସାହସକୁ ସଲାମ କରିଛନ୍ତି।
Ever heard of a woman climbing electric poles, fixing snapped wire? Usha Jagdale working in #Maharashtra's Beed is exception in male dominated profession.
By addressing grievances of consumers effectively she ensured uninterrupted power supply during #lockdown
Report: Shashi pic.twitter.com/D2ix4jWO7T
— All India Radio News (@airnewsalerts) August 10, 2020