Categories: ଖେଳ

ଉପସଭାପତି ପଦ ପାଇଁ ଲଢ଼ିବେ ଉଷା

ଚେନ୍ନାଇ, ୩୧।୮: ଭାରତୀୟ ଅଲିମ୍ପିକ୍‌ ଆସୋସିଏଶନ (ଆଇଓଏ) ସଭାପତି ପି.ଟି. ଉଷା ନିଜ ପ୍ରଶାସକ କ୍ୟାରିୟର ଦିଗରେ ଆଉଏକ ପାଦ ଆଗକୁ ବଢ଼ିବାକୁ ଯାଉଛନ୍ତି। ସେ ଆସନ୍ତା ରାଜ୍ୟଗୋଷ୍ଠୀ ଗେମ୍ସ ଫେଡେରେଶନ (ସିଜିଏଫ୍‌) ନିର୍ବାଚନରେ ଉପ-ସଭାପତି ପଦପାଇଁ ଲଢ଼ିବେ। ଆସନ୍ତା ନିର୍ବାଚନରେ ସଭାପତି, ଉପ-ସଭାପତି ଏବଂ ସ୍ପୋଟର୍‌ସ କମିଟି ସଦସ୍ୟ ପାଇଁ ପ୍ରାର୍ଥୀଙ୍କ ଶର୍ଟଲିଷ୍ଟ ବୁଧବାର ପ୍ରକାଶ ପାଇଛି। ଉପ-ସଭାପତି ପଦପାଇଁ ଉଷା ଦକ୍ଷିଣ ଆଫ୍ରିକାର ବାରୀ ହେଣ୍ଡ୍ରିକ୍ସ, କୁକ୍‌ ଆଇସଲାଣ୍ଡର ହ୍ୟୁଗ୍‌ ଗ୍ରାହାମ୍‌, ବାର୍ବାଡୋସର ସାଣ୍ଡ୍ରା ଓସବର୍ନ, କାନାଡ଼ାର ରିଚାର୍ଡ ପାଓ୍ବାର୍ସ, ସ୍କଟଲାଣ୍ଡର ଇଆନ ରିଡ୍‌ ଓ ଉଗାଣ୍ଡାର ଡୋନାଲ୍ଡ ରୁକାରେଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ। ସଭାପତି ପଦପାଇଁ ଓ୍ବେଲ୍ସର କ୍ରିସ୍‌ ଜେନ୍‌କିନ୍ସ ଓ ନ୍ୟୁଜିଲାଣ୍ଡର କେରେନ ସ୍ମିଥ୍‌ଙ୍କ ମଧ୍ୟରେ ମୁକାବିଲା ହେବ।

Share