କେନ୍ଦୁଝର,୩।୧୨(ସ୍ବ.ପ୍ର.): ହାତୀ ଚିହ୍ନଟ ପାଇଁ କେନ୍ଦୁଝରରେ ଅତ୍ୟାଧୁନିକ ଡ୍ରୋନ ବ୍ୟବସ୍ଥା ଆରମ୍ଭ ହୋଇଛି। ଏହି ଥର୍ମାଲ ଡ୍ରୋନ ରାତିରେ ହାତୀର ଗତିବିଧିକୁ ଅନୁଧ୍ୟାନ କରିବା ସହିତ ହାତୀର ଶରୀର ତାପମାତ୍ରାକୁ ୧୦୦ ମିଟର ଉଚ୍ଚତାରୁ ସଂଗ୍ରହ କରିପାରିବା କ୍ଷମତା ରହିଛି । ଉତ୍ତୋଳିତ ଫଟୋ ଓ ହାତୀର ଗତିବିଧି ସୂଚନା ବନ ବିଭାଗକୁ ପଠାଯିବ। ଏଭଳି ଥର୍ମାଲ ଡ୍ରୋନ ଦ୍ୱାରା ହାତୀଙ୍କ ନିରୀକ୍ଷଣ ଓଡ଼ିଶାରେ ପ୍ରଥମ ବୋଲି ଡିଏଫ୍ଓ ସୂଚନା ଦେଇଛନ୍ତି।
ସେହିପରି ଏହା ଦ୍ୱାରା ହାତୀମାନଙ୍କୁ ଘଉଡ଼ାଇବା ପାଇଁ ହାତୀ ସ୍କ୍ବାଡ୍ ମୁତୟନ କରାଯିବା ସହ ଲୋକଙ୍କୁ ଆଗୁଆ ସୂଚିତ କରାଯାଇପାରିବ ବୋଲି ମତପ୍ରକାଶ ପାଉଛି।