ପୁରୁଣା କୁଲର ବ୍ୟବହାର କରୁଥିଲେ…

ପ୍ରବଳ ଗରମ ସଭିଙ୍କୁ କରୁଛି ଅସ୍ତବ୍ୟସ୍ତ। ଏମିତିରେ ଟିକେ ବାହାରକୁ ବୁଲି ଆସିଲେ ସଙ୍ଗେ ସଙ୍ଗେ ଦରକାର ପଡୁଛି ଏସି କିମ୍ବା କୁଲର, ଯେଉଁଥିପାଇଁ ଖରାଦିନେ ଏହିସବୁ ସାମଗ୍ରୀର ଦାମ୍‌ ହୋଇଯାଏ ଆକାଶଛୁଆଁ। ଏମିତିରେ ଘରେ ଥିବା ପୁରୁଣା କୁଲରକୁ ସଜାଡ଼ି ପୁଣିଥରେ ବ୍ୟବହାର କରିପାରିବେ। ହେଲେ ଏହାର ବେଷ୍ଟ ରେଜଲ୍ଟ ପାଇବାକୁ ଚାହୁଁଥିଲେ ଜାଣିରଖନ୍ତୁ କେତୋଟି ଟିପ୍ସ…

କୁଲର ନୂଆ ହେଉକି ପୁରୁଣା ଏହାକୁ ସବୁବେଳେ ଖୋଲା ସ୍ଥାନରେ ଅର୍ଥାତ୍‌ ରୁମ୍‌ର ଭେଣ୍ଟିଲେଶନ ଠିକ୍‌ ଭାବରେ ହେଉଥିବା ସ୍ଥାନରେ ରଖନ୍ତୁ। ନଚେତ୍‌ ଥଣ୍ଡା ପବନ ପରିବର୍ତ୍ତେ ଗରମ ପବନ ଆସିବ।
କୁଲର ଯେପରି ସୂର୍ଯ୍ୟକିରଣ ସଂସ୍ପର୍ଶରେ ନ ଆସେ ସେଥିପ୍ରତି ଧ୍ୟାନଦିଅନ୍ତୁ। କାରଣ ଖରା ପଡ଼ିଲେ ଏହାର ଓ୍ବିଣ୍ଡ ଫ୍ଲୋ ଓ କୁଲିଂ ଉପରେ ଖରାପ ପ୍ରଭାବ ପଡ଼ିଥାଏ।
ଅଧିକ ସମୟ କୁଲର ବ୍ୟବହାର ହେଉଥିବାରୁ ଏହାର ଜାଲିରେ ଧୂଳି ଜମିଯାଏ। ଏହାଯୋଗୁ ପବନ ଯିବା ଆସିବାର ବାଟ ବନ୍ଦ ହୋଇଯାଏ। ତେଣୁ ପ୍ରତି ଦୁଇ ସପ୍ତାହରେ ଥରେ କୁଲରର ଫିଲ୍ଟର ଜାଲିକୁ ସଫା ରଖନ୍ତୁ। ମଝିରେ ମଝିରେ ଏହାକୁ ସର୍ଭିସିଂ ପାଇଁ ଦିଅନ୍ତୁ।