୩ ବରିଷ୍ଠ ନେତାଙ୍କ ଉପରୁ ହଟିଲା ନିଲମ୍ବନ ଆଦେଶ

କଟକ,୨୩।୧: ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ତାର ଘର ସଜଡ଼ା ଆରମ୍ଭ କରି ଦେଇଛି । ମଙ୍ଗଳବାର ୩ ବରିଷ୍ଠ ନେତାଙ୍କ ଉପରୁ  କଂଗ୍ରେସ ନିଲମ୍ବନ  ଆଦେଶ  ଉଠାଇଛି।  ସେମାନେ  ହେଲେ,  କଟକ-ବାରବାଟୀ ବିଧାୟକ  ମହମ୍ମଦ ମୋକିମ୍‌, ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ।
ସେହିପରି କୃଷ୍ଣଚନ୍ଦ୍ର ସରଗରିଆଙ୍କ ଉପରୁ ମଧ୍ୟ ସସ୍‌ପେଣ୍ଡ ହଟାଯାଇଛି।  ଏନେଇ  କଂଗ୍ରେସ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି।
ଅନ୍ୟପକ୍ଷେ ପ୍ରଭାରୀ ଅଜୟ କୁମାରଙ୍କୁ ମୋକିମ୍‌ ଏବଂ ଚିରଞ୍ଜିବ  ଭେଟି ଏ ବିଷୟରେ ଜଣାଇଥିଲେ।
Share