ବିଶ୍ୱକୁ ଅନାହାରରୁ ବଞ୍ଚାଇବାକୁ ରୁଷିଆ-ୟୁକ୍ରେନ ଚୁକ୍ତି

ମସ୍କୋ/କ୍ୱିଭ,୨୩ ।୭: ରୁଷିଆ-ୟୁକ୍ରେନ୍ ମିରର ଡିଲ ଉପରେ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ଏହି ଡିଲ କ୍ୱିଭକୁ ବ୍ଲାକ ସି ମାଧ୍ୟମରେ ଖାଦ୍ୟଶସ୍ୟ ରପ୍ତାନିକୁ ପୁଣିଥରେ ଆରମ୍ଭ କରିବାକୁ ଅନୁମତି ଦେବ । ଏହି ଏଗ୍ରିମେଣ୍ଟ ଜରିଆରେ ଲକ୍ଷ ଲକ୍ଷ ଟନ ଖାଦ୍ୟଶସ୍ୟ ରପ୍ତାନି କରାଯାଇ ପାରିବ, ଯାହା ଏବେ ରୁଷିଆ-ୟୁକ୍ରେନ ଯୁଦ୍ଧ ଯୋଗୁ ୟୁକ୍ରେନରେ ଫସି ରହିଛି । ରୁଷିଆ ୟୁକ୍ରେନ ଉପରେ ୨୪ ଫେବୃୟାରୀରେ ଯୁଦ୍ଧ ଆରମ୍ଭ କରିଦେଇଥିବା ବେଳେ ୟୁକ୍ରେନରୁ ଆସୁଥିବା ଖାଦ୍ୟଶସ୍ୟ ସାରା ବିଶ୍ୱର ଅଧିକାଂଶ ଲୋକଙ୍କୁ ଅନାହାର ମୁହଁକୁ ଠେଲି ଦେଇଥିଲା ।
ସୂଚନାଯୋଗ୍ୟ, କ୍ୱିଭ ମସ୍କୋ ସହ ସିଧାସଳଖ ଚୁକ୍ତିନାମ ସ୍ୱାକ୍ଷର କରିବାକୁ ମନା କରି ଦେଇଥିଲା । ଆଉ ଚେତାବନୀ ଦେଇଥିଲା କି ତୁରନ୍ତ ସାମରିକ ପ୍ରତିକ୍ରିୟା ସହିତ ଏହି ଉତ୍ତେଜନାକୁ ପୂରଣ କରାଯିବ ।

Share