ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ପ୍ରାଣ ହାରାଇଲେଣି ୧୪୩ ଶିଶୁ, ୨୧୬ ଆହତ

କ୍ୱିଭ,୨୮ ।୩: ରୁଷିଆ-ୟୁକ୍ରେନ୍ ଯୁଦ୍ଧ ୩୩ ଦିନରେ ପହଞ୍ଚିଲାଣି । ହେଲେ ପୂର୍ବଭଳି ଏଠାରେ ଯୁଦ୍ଧ ଲାଗି ରହିଛି । ରୁଷିଆର ଆକ୍ରମଣ ଫଳରେ ୟୁକ୍ରେନର ବଡ ବଡ ସହର ଧ୍ୱଂସ ହୋଇ ଗଲାଣି । କେବଳ ସେତିକି ନୁହେଁ ଏହି ସମୟ ମଧ୍ୟରେ ଶହ ଶହ ନାଗରିକଙ୍କ ଜୀବନ ଯାଇଥିବା ବେଳେ ୟୁକ୍ରେନର ପ୍ରାୟ ୧୪୩ ଶିଶୁଙ୍କ ଜୀବନ ଗଲାଣି । ଖାଲି ସେତିକି ନୁହେଁ ଆହୁରି ୨୧୬ ଶିଶୁ ଏହି ଯୁଦ୍ଧରେ ଆହତ ହୋଇଥିବା ସୂଚନା ମିଳିଛି । ଅସଲରେ ଏହି ସଂଖ୍ୟା ଆହୁରି ଅଧିକ ହେବ ବୋଲି କୁହାଯାଉଛି । ଯୁଦ୍ଧ ଆଗକୁ ଜାରି ରହିଲେ ମୃତକଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି କୁହାଯାଉଛି । ସୂଚନାଯୋଗ୍ୟ, ୟୁକ୍ରେନ୍ ଉପରେ ରୁଷିଆର ଘନ ଘନ ଆକ୍ରମଣରେ ସେଠାକାର ସାଧାରଣ ଜନତା ବହୁ ସଂଖ୍ୟାରେ ମୃତ୍ୟୁର ଶିକାର ହେଉଛନ୍ତି ।

Share