ରୁଷିଆ-ୟୁକ୍ରେନ୍ ଯୁଦ୍ଧରେ ମୃତ୍ୟୁ ଓ କ୍ଷୟକ୍ଷତି ପାଇଁ କେବଳ ରୁଷିଆ ଦାୟୀ ରହିବ: ବାଇଡେନ

ୱାଶିଂଟନ,୨୪ ।୨: ରୁଷିଆ-ୟୁକ୍ରେନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପରିସ୍ଥିତି ମଧ୍ୟରେ ଗୁରୁବାର ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ଘୋଷଣା କରିଛନ୍ତି । ଏହାପରେ ରୁଷିଆ ପକ୍ଷରୁ ୟୁକ୍ରେନ୍ ଉପରେ ଲଗାତାର ଭାବେ ଆକ୍ରମଣ ଚାଲିଥିବା ଜଣାପଡିଛି । ଏବେ ଏହାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଯୁଦ୍ଧ ପାଇଁ କେବଳ ରୁଷିଆ ଦାୟୀ ବୋଲି କହିଛନ୍ତି । ରୁଷିଆ ପକ୍ଷରୁ ୟୁକ୍ରେନର ରାଜଧାନୀ କ୍ୱିଭ ସମେତ ଅନ୍ୟ ସହରରେ ମିଶାଇଲ ଆକ୍ରମଣ କରାଯାଇଛି । ଏହାର ଶବ୍ଦ ଏତେ ଅଧିକ ରହିଛି ଯେ ୟୁକ୍ରେନର ବଡ ବଡ ସହର ଯେମିତିକି କ୍ରେମଟୋସ୍ତକ ଓ ଓଡେସ୍‌ସାକୁ ଶୁଣାଯାଇଛି । ଏହି ଯୁଦ୍ଧକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରୁଷିଆର ନିନ୍ଦା କରିବା ସହ କହିଛନ୍ତି ଏହି ଯୁଦ୍ଧରେ ମୃତ୍ୟୁ ଓ କ୍ଷୟକ୍ଷତି ପାଇଁ କେବଳ ରୁଷିଆ ଦାୟୀ ରହିବ ।
ବାଇଡେନ ଏକ ବୟାନ ଜାରି କରି କହିଛନ୍ତି, ଆମେରିକା ଓ ଏହାର ସହଯୋଗୀ ଏକଜୁଟ ଓ ନିର୍ଣ୍ଣାୟକ ଭାବେ ଏହାର ଜବାବ ଦେବେ । ବାଇଡେନ କହିଛନ୍ତି ରୁଷିଆ ସେନା ଅନୁଚିତ ଯୁଦ୍ଧର ସାମ୍ନା କରୁଛନ୍ତି । ଆଜି ସାରା ବିଶ୍ୱ ୟୁକ୍ରେନ ପାଇଁ ପ୍ରାର୍ଥନା କରୁଛି । ପୁଟିନ ଏମିତି ଏକ ଯୁଦ୍ଧ ବାଛିଛନ୍ତି ଯାହାର ବିନାଶକରୀ ପରିଣାମ ହେବା ଦେଖାଯାଉଛି । ଗୁରୁବାର ସନ୍ଧ୍ୟାରେ ସେ ହ୍ୱାଇଟ ହାଉସରେ ସ୍ଥିତିର ସମୀକ୍ଷା କରିବେ । ନିଜ ଦେଶର ସୁରକ୍ଷା ଟିମଠାରୁ ନିୟମିତ ଅପଡେଟ ନେବେ । ବାଇଡେନ ଆହୁରି ମଧ୍ୟ କହିଛନ୍ତି ସେ ଶୁକ୍ରବାର ସକାଳେ ନିଜର ଜି୭ ସମକକ୍ଷଙ୍କ ସହ ସାକ୍ଷାତ୍ କରିବା ସହ ନିଜର ନାଟୋ ସହଯୋଗୀଙ୍କ ସହ ବୈଠକ କରିବେ ।

Share