Categories: ଖେଳ

ଦିନିକିଆ କ୍ରିକେଟରୁ ସନ୍ନ୍ୟାସ ନେଲେ ଅଷ୍ଟ୍ରେଲିଆ ଅଧିନାୟକ

ନୂଆଦିଲ୍ଲୀ,୧୦।୯: ଅଷ୍ଟ୍ରେଲିୟ ବ୍ୟାଟ୍ସମ୍ୟାନ୍‌ ଆରୋନ ଫିଞ୍ଚ ଦିନିକିଆ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇଥିବା ନେଇ ଘୋଷଣା କରିଛନ୍ତି। ଶନିବାର ସକାଳେ ସେ ଖବରଦାତାଙ୍କୁ ସମ୍ବୋଧିତ କରି ଏହି ଘୋଷଣା କରିଛନ୍ତି। ଆସନ୍ତା ୧୧ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯିବାକୁ ଥିବା ତୃତୀୟ ଦିନିକିଆ ତାଙ୍କର ଶେଷ ମ୍ୟାଚ ହେବ। ତେବେ ଦିନିକିଆରୁ ଅବସର ନେଇଥିଲେ ମଧ୍ୟ ଟି-୨୦ ଓ ଫ୍ରାଞ୍ଚାଇଜ ଖେଳ ଜାରି ରଖିବେ।

ଏବେ ଫିଞ୍ଚ ଅଷ୍ଟ୍ରେଲିଆର ଉଭୟ ଦିନିକିଆ ଓ ଟି-୨୦ ଟିମର ଅଧିନାୟକ ରହିଛନ୍ତି। ତାଙ୍କ ଅଧିନାୟକତ୍ୱରେ ଦଳ ୨୦୨୧ରେ ଟି୨୦ ବିଶ୍ୱକପ୍‌ ଜିତିଥିଲେ। ସେତେବେଳେ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡକୁ ହରାଇ ଏହି ଟୁର୍ନାମେଣ୍ଟ ଜିତିଥିଲେ। ଫିଞ୍ଚ ତାଙ୍କ କ୍ୟାରିୟରରେ ଏଯାବତ ୫ ଟେଷ୍ଟ ମ୍ୟାଚ୍‌, ୧୪୫ ଦିନିକିଆ ଏବଂ ୯୨ ଟି୨୦ ମ୍ୟାଚ୍‌ ଖେଳିଛନ୍ତି।

କହିରଖୁଛୁ, ଫିଞ୍ଚ କିଛି ଦିନ ଧରି ଖରାପ ଫର୍ମରେ ଅଛନ୍ତି । ସେ ଚଳିତ ବର୍ଷ ୧୩ ଦିନିକିଆ ମ୍ୟାଚ୍‌ରେ ୫ ଥର ଶୂନରେ ଆଉଟ୍‌ ହୋଇଛନ୍ତି। ଏହାକୁ ନେଇ ସେ ସନ୍ୟାସ ନେବା ଘୋଷଣା କରିଥିବା କୁହାଯାଉଛି।

Share