Categories: ବାଣିଜ୍ୟ

ଉତ୍କଳ ହସ୍ପିଟାଲ ପାଳିଲା ଡାକ୍ତର ଦିବସ

ଭୁବନେଶ୍ୱର,୨।୭(ଅନୁରାଧା ମହାରଣା): ନୀଳାଦ୍ରି ବିହାରସ୍ଥିତ ଘରୋଇ ସୁପର ମଲ୍ଟିସ୍ପେଶିିଆଲଟି ଉତ୍କଳ ହସ୍ପିଟାଲରେ ସୋମବାର ଜାତୀୟ ଡାକ୍ତର ଦିବସ ପାଳିତ ହୋଇଯାଇଛି। ହସ୍ପିଟାଲରେ ଆୟୋଜିତ ସ୍ବତନ୍ତ୍ର ସମାରୋହରେ ଉତ୍କଳ ହସ୍ପିଟାଲ ଏମ୍‌.ଡି ଡା. ପ୍ରଜ୍ଞାନ ରଞ୍ଜନ ଘଡେଇ ଏବଂ ଡାଇରେକ୍ଟର (ମେଡିକାଲ ସର୍ଭିସେସ) ଡା. ରଞ୍ଜନ କୁମାର ମହାପାତ୍ର ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଏମ୍‌.ଡି ଡା. ଘଡେଇ କହିଥିଲେ, ଆମର ଡାକ୍ତରମାନେ ଅଭିଜ୍ଞ ଓ ସେବା ପ୍ରତି ଉସତ୍ର୍ଗୀକୃତ ମନୋଭାବ ରଖନ୍ତି। ଡା. ମହାପାତ୍ର କହିଥିଲେ, ଡାକ୍ତରମାନେ କୌଣସି ପୁରସ୍କାର କିମ୍ବା ଆର୍ଥିକ ଲାଳସା ନ ରଖି ରୋଗୀସେବା କରିବା ଉଚିତ୍‌। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଡାକ୍ତରମାନେ ଉପସ୍ଥିତ ଥିଲେ।

Share