ନୂଆଦିଲ୍ଲୀ,୨୩।୧: ଆଇପିଏଲ ଟ୍ରେଡ୍ ଓ୍ବିଣ୍ଡୋକୁ ବ୍ୟବହାର କରି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପ୍ରଥମ ଫ୍ରାଞ୍ଚାଇଜ୍ ଭାବେ ଡାନିଏଲ ସାମ୍ସ ଓ ହର୍ଷଲ ପଟେଲଙ୍କୁ ନିଜ ଦଳରେ ସାମିଲ କରିଛି। ଏ ଦୁହେଁ ପୂର୍ବ ସିଜନ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ସେହିପରି ଚେନ୍ନାଇ ସୁପରକିଙ୍ଗ୍ସ ରବିନ ଉଥପ୍ପାଙ୍କୁ ରାଜସ୍ଥାନ ରୟାଲ୍ସ ନିକଟରୁ ଆଣିଛି। ୨୦୧୪ରେ ଅରେଞ୍ଜ୍ କ୍ୟାପ୍ ବିଜେତା ଉଥପ୍ପା ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ପୁଣେ ଓ୍ବାରିୟର୍ସ ଇଣ୍ଡିଆ, କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ଏବେ ୬ଷ୍ଠ ଫ୍ରାଞ୍ଚାଇଜ୍ ଭାବେ ସେ ଚେନ୍ନାଇ ପକ୍ଷରୁ ଖେଳିବେ।