Categories: ବାଣିଜ୍ୟ

ପାହାଳରେ ଉତ୍କଳ ବିଲ୍ଡର୍ସର ‘ଉତ୍କଳ ଲେଭେଲ୍ସ’ଉନ୍ମୋଚିତ

ଭୁବନେଶ୍ୱର,୧୩।୨: ରାଜ୍ୟର ପ୍ରମୁଖ ରିୟଲ ଇଷ୍ଟେଟ୍‌ କମ୍ପାନୀ ଉତ୍କଳ ବିଲ୍ଡର୍ସର ନୂତନ ପ୍ରକଳ୍ପ ‘ଉତ୍କଳ ଲେଭେଲ୍ସ’ ରବିବାର ଆନୁଷ୍ଠାନିକ ଭାବେ ଉନ୍ମୋଚିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଅଧ୍ୟକ୍ଷ ସୁବାସ ଭୁରା ଏବଂ ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ ପ୍ରମୁଖ ଉପସ୍ଥିତ ରହି ଉକ୍ତ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ଏହି ମାଷ୍ଟରପିସ୍‌ ପ୍ରକଳ୍ପ ସ୍ଥାନୀୟ ପାହାଳ ଜଗନ୍ନାଥ ମନ୍ଦିର ବିପରୀତ ପାଶର୍‌ବରେ ଅବସ୍ଥିତ ।

ଏଥିରେ ୨୧ମହଲା ବିଶିଷ୍ଟ ୩ଟି ଟାୱାର ଯଥା କ୍ରେଷ୍ଟ, କ୍ରାଉନ ଏବଂ ପିନାକଲ୍‌ ନାମରେ ନାମିତ ହୋଇଛି। ସେହିଭଳି ୧୧ଫୁଟର ଫ୍ଲୋର ଟୁ ଫ୍ଲୋର ହାଇଟ୍‌, ଆକର୍ଷକ ଡେକ୍‌, ଲାମିନେଟେଡ ଗ୍ଲାସ ରେଲିଂ ଦ୍ୱାରା ରାଜପଥ ଏବଂ ପ୍ରାକୃତିକ ପରିବେଶର ମଜା ନେବାରେ ବେଶ୍‌ ସହାୟକ ହେବ ବୋଲି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ କହିଛନ୍ତି। ଉକ୍ତ ପ୍ରକଳ୍ପଟି ଏନ୍‌ଏଚ୍‌-୧୬ ଭୁବନେଶ୍ୱର-କଟକ ମଧ୍ୟ ପାହାଳ ଛକର ସର୍ଭିସ ରୋଡ ନିକଟରେ ଅବସ୍ଥିତ । ସେହିପରି ଉକ୍ତ ଆପାର୍ଟମେଣ୍ଟର ୩ପାର୍ଶ୍ୱ ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକ ଏବଂ ପବନ ଚଳାଚଳର ଉନ୍ନତ ସୁବିଧା ଉପଲବ୍ଧ।

ଅପରପକ୍ଷରେ ୨୦୫ ପରିବାର ବିଶିଷ୍ଟ ଏକ କମ୍ୟୁନିଟି ଏଠାରେ ବସବାସ କରିବେ। ଏପରିକି ୫୦ରୁ ଊର୍ଦ୍ଧ୍ୱ ଆକର୍ଷଣୀୟ ସୁବିଧା ଲୋକଙ୍କୁ ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି। ଉକ୍ତ ପ୍ରକଳ୍ପ ଉନ୍ମୋଚନ କାର୍ଯ୍ୟକ୍ରମରେ ଉତ୍କଳ ଗ୍ରୁପର ପ୍ରତିଷ୍ଠାତା ଭଁୱରଲାଲ ବୈଦ ଏବଂ ପ୍ରକାଶ ଚନ୍ଦ୍ର ଭୁରା, ନିର୍ଦ୍ଦେଶକ ଅମିତ୍‌ ବୈଦ ଓ ରାକେଶ ଭୁରା ପ୍ରମୁଖ ଉପସ୍ଥିତ ଥିଲେ ।

Share