ଆମେରିକାରେ ‘ଉତ୍କଳ ଦିବସ’

ଫ୍ଲୋରିଡ଼ା,୭।୪: ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ସାରା ରାଜ୍ୟରେ ପ୍ରଥମ ଥର ପାଇଁ ‘ଓଡ଼ିଆ ପକ୍ଷ’ ପାଳନ ହେବା ସମୟରେ ସୁଦୂର ଆମେରିକାରେ ପାଳନ କରାଯାଇଛି ଉତ୍କଳ ଦିବସ। ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ‘ଫ୍ଲୋରିଆ’ ତରଫରୁ ଆମେରିକାର ଦକ୍ଷିଣ-ପୂର୍ବରେ ଅବସ୍ଥିତ‘ଫ୍ଲୋରିଡା’ ରାଜ୍ୟର ଟାମ୍ପା ସହରରେ ପାଳିତ ହୋଇଛି ଉତ୍କଳ ଦିବସ। ଓଡ଼ିଆ ଭାଷା, ସାହିତ୍ୟ, ଲୋକକଳା ଏବଂ ସଂସ୍କୃତିର ପ୍ରଚାର ପ୍ରସାର ହେଉଛି ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ। ଉତ୍ତର ପିଢିଙ୍କ ମନରେ ମା’, ମାଟି, ମାତୃଭାଷା ପ୍ରତି ଆଗ୍ରହ ସୃଷ୍ଟି କରାଇବା ହେଉଛି ଏହି କାର୍ଯ୍ୟକ୍ରମର ପ୍ରଧାନ ଉଦ୍ଦେଶ୍ୟ। ଏହି ଉତ୍ସବ ଉପଲକ୍ଷେ ଅନୁଷ୍ଠାନ ତରଫରୁ ପ୍ରଥମଥର ପାଇଁ ‘ବିଶ୍ୱମ୍ଭରା’ ନାମକ ଏକ ଇ ମାଗାଜିନ ପ୍ରକାଶ ପାଇଛି। ଏହି କାର୍ଯ୍ୟକ୍ରମର ଆରମ୍ଭ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇ ଆରମ୍ଭ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମରେ ଶାସ୍ତ୍ରୀୟ ସଙ୍ଗିତ ସାଙ୍ଗକୁ ବିଭିନ୍ନ ଓଡ଼ିଆ ଆଧୁନିକ ସଙ୍ଗିତ ପରିବେଷଣ କରାଯାଇଥିଲା। ଶତାଧିକ ପ୍ରବାସୀ ଓଡ଼ିଆ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପୂର୍ବତନ ଫ୍ଲୋରିଡା ଇଞ୍ଜିନିୟରିଂ ବୋର୍ଡ ସଦସ୍ୟ ଶ୍ରୀ ବିଜୟ କୁମାର ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଣିକି ସ୍କୁଲରେ ମୋବାଇଲ୍‌ ମନା: ଜାଣନ୍ତୁ କ’ଣ ରହିଛି କାରଣ

ଡେନମାର୍କ,୧୬।୪: ପିଲାମାନଙ୍କ ଭବିଷ୍ୟତ ଏବଂ ମାନସିକ ସ୍ବାସ୍ଥ୍ୟକୁ ଧ୍ୟାନରେ ରଖି, ଡେନମାର୍କ ସରକାର ଏକ ବଡ଼ ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଦେଶର ସରକାର...

ପୋଷାକକୁ ନେଇ ବିବାଦରେ ହ୍ବାଇଟ ହାଉସ୍‌ ପ୍ରେସ୍‌ ସେକ୍ରେଟାରି

ଓ୍ବାଶିଂଟନ, ୧୬।୪:ଆମେରିକା ଏବଂ ଚାଇନା ମଧ୍ୟରେ ଚାଲିଥିବା ବାଣିଜି୍ୟକ ଯୁଦ୍ଧ ସୋସିଆଲ ମିଡିଆରେ ପହଞ୍ଚିଛି। ଏକ ଖବରଦାତା ସମ୍ମିଳନୀରେ ହ୍ବାଇଟ ହାଉସ୍‌ ପ୍ରେସ୍‌ ସେକ୍ରେଟାରି କାରୋଲିନ...

କ’ଣ ସତରେ ମଣିଷଙ୍କୁ ପଥର କରିଦେବେ ଏଲିଅନ? ଆମେରିକା ଗୁଇନ୍ଦା ଏଜେନ୍ସିର ରିପୋର୍ଟ ଲିକ୍‌

ଆମ ଦୁନିଆ ବ୍ୟତୀତ ଆହୁରି ଅନେକ ଦୁନିଆ ଥାଇପାରେ। ଯାହା ପୂର୍ବରୁ ଅନେକ ଥର ଶୁଣିଛୁ ଏବଂ ଅନେକ ହଲିଉଡ ଚଳଚ୍ଚିତ୍ରରେ ମଧ୍ୟ ଦେଖିଛୁ। ଅନେକ...

Ant Trade: ଦେଶରେ ପିମ୍ପୁଡି ଚୋରା ଚାଲାଣର ବଡ଼ ଗ୍ୟାଙ୍ଗ୍‌ର ପର୍ଦ୍ଦାଫାଶ, ଗୋଟିଏ ପିମ୍ପୁଡିର ଦାମ୍‌ ୧୮୦୦୦ଟଙ୍କା

କେନିଆ,୧୫।୪: ଭାରତରେ ଯେକୌଣସି କାନ୍ଥରେ କିମ୍ବା ମାଟିରେ ପିମ୍ପୁଡ଼ି ଦେଖିବା ସାଧାରଣ କଥା। ଭାରତରେ, ଯେତେବେଳେ ଲୋକମାନେ ସେମାନଙ୍କ ଘରେ ପିମ୍ପୁଡ଼ି ଦେଖନ୍ତି, ସେମାନେ ପ୍ରାୟତଃ...

US-China Tariff War: ଟାରିଫ୍‌ ଯୁଦ୍ଧ ମଧ୍ୟରେ ଟ୍ରମ୍ପକୁ ଝଟ୍‌କା ଦେଲା ଚାଇନା

ବେଜିଂ,୧୫।୪: ଏବେ ଆମେରିକା ଏବଂ ଚାଇନା ମଧ୍ୟରେ ଆରମ୍ଭ ହୋଇଥିବା ଟାରିଫ୍‌ ଓ୍ବାର୍‌ କବଳରେ ବିମାନ ଚଳାଚଳ କ୍ଷେତ୍ର ମଧ୍ୟ ପଡ଼ିଯାଇଛି। ଆମେରିକୀୟ କମ୍ପାନୀ ବୋଇଂଠାରୁ...

Mehul Choksi: କିଏ ସେହି ମହିଳା? ଯାହାଙ୍କ ଉପରେ ଲାଗିଛି ଚୋକସିଙ୍କୁ ହନିଟ୍ରାପରେ ଫସାଇବାର ଅଭିଯୋଗ

ନୂଆଦିଲ୍ଲୀ,୧୫।୪: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (PNB)ର ୧୩,୫୦୦କୋଟି ଟଙ୍କାର ଋଣ ଠକେଇ ମାମଲାରେ ପଳାତକ ମେହୁଲ ଚୋକସି ବେଲଜିୟମ ପୋଲିସର ହେପାଜତରେ ଅଛନ୍ତି। ଭାରତ ଏହି...

ଉପରାଷ୍ଟ୍ରପତିଙ୍କ ହାତରୁ ଖସିପଡିଲା ଫୁଟବଲ କପ୍‌ ଟ୍ରଫି, ଭିଡିଓ ହେଉଛି ଭାଇରାଲ

ଓ୍ବାଶିଂଟନ,୧୫।୪: ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କ ସହ ଏପରି ଏକ ଘଟଣା ଘଟିଛି, ଯାହା ଯୋଗୁଁ ୟୁଜର୍ସ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରୁଛନ୍ତି। ପ୍ରକୃତରେ,...

Jeff Bezos ତାଙ୍କ ପ୍ରେମିକାଙ୍କୁ କରାଇଲେ ମହାକାଶ ଯାତ୍ରା,ସାଙ୍ଗରେ ଥିଲେ Katy Perry

ନ୍ୟୁୟର୍କ,୧୫।୪: ମହାକାଶ ପର୍ଯ୍ୟଟନ କମ୍ପାନୀ ବ୍ଲୁ ଅରିଜିନର ପ୍ରତିଷ୍ଠାତା ଜେଫ ବେଜୋସ ସୋମବାର ତାଙ୍କ ଫିଆନ୍ସି ଲରେନ ସାଞ୍ଚେଜଙ୍କୁ ତାଙ୍କ କମ୍ପାନୀର ରକେଟ ନ୍ୟୁ ସେପର୍ଡରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image