ପରପାରିରେ କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ

କେନ୍ଦ୍ରାପଡ଼ା,୧୯।୧୦:କେନ୍ଦ୍ରାପଡ଼ାର ପୂର୍ବତନ ବିଧାୟକ ଉତ୍କଳ କେଶରୀ ପରିଡ଼ାଙ୍କ ଶନିବାର ଦେହାନ୍ତ ହୋଇଛି। ୬୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥତା ହେତୁ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ହୋଇଥିବା ତାଙ୍କ ପୁଅ କଳିଙ୍ଗ କେଶରୀ ପରିଡ଼ା ସୂଚନା ଦେଇଛନ୍ତି ।ଏ ନେଇ ପୁରା ଜିଲାରେ ଶୋକର ଛାୟା ଖେଳିଯାଇଛି। ରାଜନୀତି ମହଲରେ ମଧ୍ୟ ତାଙ୍କ ବିୟୋଗକୁ କେହି ଗ୍ରହଣ କରିପାରୁ ନାହାନ୍ତି। ତାଙ୍କ ପରିବାର ବର୍ଗକୁ ସମବେଦନା ଜଣାଇବା ବିଭିନ୍ନ ମହଲରୁ ଶୋକବ୍ୟକ୍ତ କରାଯାଇଛି।

ଉତ୍କଳ କେଶରୀ ପରିଡା କେନ୍ଦ୍ରାପଡା ଡେରାବିଶ ବ୍ଲକ୍ ଅନ୍ତର୍ଗତ ସଲାରୋ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ସେ ଛାତ୍ର ଜୀବନରୁ ରାଜନୀତିରେ ପ୍ରବେଶ କରିଥିଲେ । ସାଲେପୁର କଲେଜ ଛାତ୍ର ସଂସଦ ସଭାପତି ଭାବେ ସେ ନିର୍ବାଚିତ ହୋଇଥିଲେ।ପରେ ଡେରାବିଶ ବ୍ଲକ ଚେୟାରମ୍ୟାନ ଭାବେ କାର୍ଯ୍ୟ କରିଥିଲେ ।

୨୦୦୪ ରେ ସେ ଓଡ଼ିଶା ଗଣ ପରିଷଦ ଟିକେଟରେ ଲଢ଼ି କେନ୍ଦ୍ରାପଡାର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୯ ରୁ ୨୦୨୩ ପର୍ୟ୍ୟନ୍ତ କେନ୍ଦ୍ରାପଡା ଜିଲା ବିଜେଡି ସଭାପତି ଭାବେ ଦାୟିତ୍ୱ ତୁଲାଇ ଥିଲେ। ଉତ୍କଳ କେଶରୀ ପରିଡାଙ୍କ ବିୟୋଗରେ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ-ଫ୍ରାନ୍ସର ୬୩ ହଜାର କୋଟି ଟଙ୍କାର ମେଗା ଡିଲ୍‌, ନୌସେନାକୁ ମିଳିବ ୨୬ ଫାଇଟର ଜେଟ୍‌

ନୂଆଦିଲ୍ଲୀ,୯ା୪: ଭାରତୀୟ ନୌସେନା ପାଇଁ ଫ୍ରାନ୍ସରୁ ୨୬ଟି ରାଫେଲ ସାମୁଦ୍ରିକ ଯୁଦ୍ଧ ବିମାନ କ୍ରୟ କରିବା ପାଇଁ କ୍ୟାବିନେଟ୍‌ କମିଟି (CCS) ମେଗା ଡିଲ୍‌କୁ ମଞ୍ଜୁରୀ...

ଗୋଟିଏ ସର୍ତ୍ତରେ କ୍ରିକେଟର୍‌ ହେବାକୁ ଅନୁମତି ଦେଇଥିଲେ ମାତାପିତା: IPLରେ କମାଲ୍‌ କଲେ ପୁଅ

ନୂଅଦିଲ୍ଲୀ,୯।୪: CSK ବିପକ୍ଷରେ ଶତକ ହାସଲ କରିବା ପରେ ପଞ୍ଜାବ କିଙ୍ଗସ ଖେଳାଳି ପ୍ରିୟାଂଶ ଆର୍ଯ୍ୟଙ୍କୁ ନେଇ ସବୁଠି ଚର୍ଚ୍ଚା। ସେ ଏହି ଶତକୀୟ ଇନିଂସ...

ବିଜେଡିର ପରାଜୟ ନେଇ ସୋସିଆଲ ମିଡିଆରେ ଏମିତି ଲେଖିଲେ ଦେବାଶିଷ,ସ୍ବାଭିମାନ ନ ଥିବା ସ୍ବାର୍ଥବାଦୀଙ୍କ…

ଭୁବନେଶ୍ୱର,୯ା୪: ବିଜେଡିର ପରାଜୟ ନେଇ ସୋସିଆଲ ମିଡିଆରେ ଦେବାଶିଷ ସାମନ୍ତରାୟ ପ୍ରତିକ୍ରିୟା ଦେଇଛନ୍ତି। ସେ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ବିଶେଷକରି ‘ଓଡ଼ିଆ ଅସ୍ମିତା’ ପାଇଁ ବିଜେଡି...

ଚର୍ଚ୍ଚାରେ ଯମଜ ଭଉଣୀ: MBBS ପରୀକ୍ଷାରେ ସମାନ ନମ୍ବର ରଖି ସୃଷ୍ଟି କଲେ ଅନନ୍ୟ ରେକର୍ଡ

ସୁରତ,୯।୩: ଆଜିକାଲି ଗୁଜରାଟର ଯମଜ ଭଉଣୀ ଚର୍ଚ୍ଚାରେ ଅଛନ୍ତି। ଦୁହେଁ MBBS ପରୀକ୍ଷାରେ ସମାନ ନମ୍ବର ରଖି ଏକ ଅନନ୍ୟ ରେକର୍ଡ ସୃଷ୍ଟି କରିଛନ୍ତି। ଗୁଜରାଟର...

ପ୍ରତାପଙ୍କ ଘରେ ସିକ୍ରେଟ ମିଟିଂ, ବବି ସାମିଲ୍‌, ସଂଧ୍ୟାବେଳକୁ ବଡ଼ ଘୋଷଣା!

ଭୁବନେଶ୍ୱର,୯।୪: ବିଜେଡିରେ ବଡ଼ ହଲଚଲ। ଗୋଟିଏ ପରେ ଗୋଟିଏ ଘନଘନ ବସୁଛି ବୈଠକ। ଘରୋଇ ହୋଟେଲରେ ବିଜେଡିର ବରିଷ୍ଠ ନେତାଙ୍କ ମେଳି ପରେ ଏପଟେ ପ୍ରତାପ...

କୋର୍ଟଙ୍କ ନିର୍ଦ୍ଦେଶ ପରେ OSRTC କାର୍ଯ୍ୟାଳୟର ସମ୍ପତ୍ତି ଆଟାଚ୍‌

ସମ୍ବଲପୁର,୯ା୪: OSRTC କାର୍ଯ୍ୟାଳୟର ସ୍ଥାବର ସମ୍ପତ୍ତି ଆଟାଚ୍‌ ହୋଇଛି। ମୁଦିପଡ଼ାସ୍ଥିତ ରାଜ୍ୟ ପରିବହନ ନିଗମ କାର୍ଯ୍ୟାଳୟ ସମ୍ପତ୍ତି ଆଟାଚ୍‌ ହୋଇଛି। ବସ୍‌ ମାଲିକଙ୍କ ବକେୟା ପ୍ରଦାନ...

ନିଯୁକ୍ତି ସୁଯୋଗ: ଓଡ଼ିଶା ସରକାରଙ୍କ ପକ୍ଷରୁ ଏହି ବିଭାଗରେ ବାହାରିଲା ୫୦୦ରୁ ଅଧିକ ନୂଆ ପଦବୀ

ଭୁବନେଶ୍ୱର,୯।୪: ଓଡ଼ିଶା ସରକାରଙ୍କ ନ୍ୟାୟ ବିଭାଗ ଅଧୀନରେ ଥିବା ଡାଇରେକ୍ଟୋରେଟ ଅଫ ପବ୍ଲିକ ପ୍ରୋସିକ୍ୟୁସନ (ଡିପିପି) ପାଇଁ ୨୬୭ଟି ନୂଆ ପଦବୀ ବାହାରିଛି। ଏନେଇ BNSS...

ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ

ଲକ୍ଷ୍ମୀପୁର,୯।୪(ଅନନ୍ତ ନାୟକ): କୋରାପୁଟ ଜିଲା ନାଲକୋ ଦାମନଯୋଡି କାରଖାନା ପରିସୀମା ମଧ୍ୟରେ ମାଲବାହୀ ଟ୍ରେନ୍‌ ଇଞ୍ଜିନ ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନ୍‌ର ଇଞ୍ଜିନ ରେଳ ଧାରଣାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image