Categories: ଖେଳ

ଉତ୍କଳ ଟ୍ୟାଲେଣ୍ଟ କ୍ୱେଷ୍ଟ କରାଟେ ଉଦ୍‌ଯାପିତ

ଭୁବନେଶ୍ୱର, ୨୨ା୫ (ସ୍ପୋଟର୍‌ସ ବ୍ୟୁରୋ): ଉତ୍କଳ କରାଟେ ସ୍କୁଲ ପରିସରରେ ଉତ୍କଳ ଟ୍ୟାଲେଣ୍ଟ କ୍ୱେଷ୍ଟ କରାଟେ ପ୍ରତିଯୋଗିତା ରବିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ମୋଟ ୪୦୦ ପ୍ରତିଯୋଗୀ ଅଂଶଗ୍ରହଣ କରି ସେମାନଙ୍କ ଦକ୍ଷତା ପ୍ରଦର୍ଶନ କରିଥିଲେ। ଭୁବନେଶ୍ୱର ଏବଂ କଟକ ଶାଖାରୁ ପ୍ରତିଯୋଗୀମାନେ ୧୩୫ଟି ବିଭାଗରେ ଭାଗ ନେଇଥିଲେ। ମୁଖ୍ୟ ଶାଖା ବ୍ୟତୀତ ରସୁଲଗଡ଼, କଳ୍ପନା, ଓଏମ୍‌ସି, ଡୁମୁଡୁମା, ରଶ୍ମି ବିହାର, ଚନ୍ଦ୍ରଶେଖରପୁର, ସତ୍ୟନଗର, ଡେକାଥ୍ଲନ, ଉରାଳୀ କଟକ ଏବଂ ଆର୍‌ ସ୍କୋୟାର ସେଲିବ୍ରେଶନ ଶାଖାରୁ କରାଟେ ଛାତ୍ରୀ ଓ ଛାତ୍ରମାନେ ଅଂଶଗ୍ରହଣ କରି ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିଥିଲେ ଏହି ପ୍ରତିଯୋଗିତା କରାଟେକାମାନଙ୍କୁ ଆଗକୁ ଯିବା ଲାଗି ଉତ୍ସାହିତ କରିବ ବୋଲି ଉତ୍କଳ କରାଟେ ସ୍କୁଲର ପ୍ରତିଷ୍ଠାତା ଡଃ. ହରିପ୍ରସାଦ ପଟ୍ଟନାୟକ ପ୍ରକାଶ କରିଛନ୍ତି।

Share