ଉତ୍କର୍ଷର ଶିଖରରେ ପହଞ୍ଚିବ ଉତ୍କଳ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର,୨୮ା୧୧(ବ୍ୟୁରୋ): ଉତ୍କଳ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷର ଶିଖରରେ ପହଞ୍ଚତ୍ବ। ଶୁକ୍ରବାର ଉତ୍କଳ ବିଶ୍ୱବିଦ୍ୟାଳୟର ୭୮ତମ ପ୍ରତିଷ୍ଠା ଦିବସ ପାଳନ ଅବସରରେ ନବନିଯୁକ୍ତ କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଏହା କହିଛନ୍ତି। ବିଶ୍ୱବିଦ୍ୟାଳୟର ସମସ୍ତ କର୍ମଚାରୀ, ଶିକ୍ଷକ ଓ ଛାତ୍ରୀଛାତ୍ରଙ୍କୁ ସମ୍ବୋଧିତ କରି ସେ କହିଲେ, ଆସନ୍ତୁ ଉତ୍କଳକୁ ଏକ ଉତ୍କୃଷ୍ଟତର ଅନୁଷ୍ଠାନ ଭାବେ ଗଢିବାକୁ ଶପଥ ନେବା। ଏହାର ନିରନ୍ତର ବିକାଶ ପାଇଁ କାର୍ଯ୍ୟ ଜାରି ରଖିବା। ଏହି ଲକ୍ଷ୍ୟ ସାଧନ ନିମନ୍ତେ ସେ ସମସ୍ତଙ୍କ ସହଯୋଗ ଲୋଡିଛନ୍ତି। ଏଥିସହ ଡିଜିଟାଲ ଭିତ୍ତିଭୂମିର ସମ୍ପ୍ରସାରଣ, ଶିକ୍ଷାଦାନ ଓ ଶିକ୍ଷଣ ପାଇଁ ଉନ୍ନତ ଉପକରଣ ଏବଂ କ୍ୟାମ୍ପସର ପରିଷ୍କାର ପରିଚ୍ଛନ୍ନତା ହିଁ ତାଙ୍କ ଧ୍ୟାନ କେନ୍ଦ୍ର ହୋଇ ରହିବ ବୋଲି ସେ କହିଛନ୍ତି।
କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଶ୍ୱବିଦ୍ୟାଳୟ ସ୍ମରଣିକା ‘ଉତ୍କଳ ଅଭିଡ଼ି’କୁ ଉନ୍ମୋଚନ କରିଥିଲେ। ବିଶ୍ୱବିଦ୍ୟାଳୟର ପ୍ରଥମ ମହିଳା କୁଳପତିଭାବେ ଯୋଗଦେଇ ପ୍ରଫେସର ଆଚାର୍ଯ୍ୟ ଇତିହାସ ରଚିଛନ୍ତି ବୋଲି ପ୍ରଫେସର ପଟ୍ଟନାୟକ କହିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ। ସେ କହିଲେ, ଉତ୍କଳ ଉଚ୍ଚାଭିମୁଖୀ ଓ ପ୍ରଫେସର ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଶ୍ୱବିଦ୍ୟାଳୟ ମହାନ ଉଚ୍ଚତା ହାସଲ କରିବ। ଦେଶ ଓ ରାଜ୍ୟ ପ୍ରତି ଥିବା ଦାୟିତ୍ୱକୁ ମଧ୍ୟ ସୁଚାରୁରୂପେ ତୁଲାଇବେ ବୋଲି ଆଶା ଓ ବିଶ୍ୱାସ ରହିଛି। ଏହି ଅବସରରେ ପ୍ରଫେସର ପଟ୍ଟନାୟକ ‘ମିଡିଆରେ ଉତ୍କଳ’ ନାମକ ଏକ ପୁସ୍ତକକୁ ଉନ୍ମୋଚନ କରିଥିଲେ। ଏଥିରେ ଗତ ୩ବର୍ଷରେ ବିଶ୍ୱବିଦ୍ୟାଳୟ ସମ୍ବନ୍ଧରେ ହୋଇଥିବା ସମସ୍ତ ଗଣମାଧ୍ୟମ ପ୍ରକାଶନ ସ୍ଥାନ ପାଇଛି।

ଧର୍ମପଦ କନ୍‌ଭୋକେଶନ ହଲ୍‌ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କୁଳସଚିବ ଅଭୟ କୁମାର ନାୟକ ବିଶ୍ୱବିଦ୍ୟାଳୟ ଉପରେ ଏକ ରିପୋର୍ଟ ଉପସ୍ଥାପନ କରି ଗତବର୍ଷର ସମସ୍ତ ସଫଳତା ସମ୍ବନ୍ଧରେ ସୂଚନା ଦେଇଥିଲେ। କୋଭିଡ୍‌ ଆମ ସମ୍ମୁଖରେ ଏକ ବିରାଟ ଆହ୍ବାନ ହୋଇଥିବାବେଳେ ଆମେ ଶିକ୍ଷା ଓ ଅନୁସନ୍ଧାନକୁ ବଜାୟ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରିଛୁ ବୋଲି ନାୟକ କହିଥିଲେ। ପି.ଜି. ପରିଷଦ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ମଲ୍ଲିକ ସ୍ବାଗତ ଭାଷଣ ଦେଇ କହିଲେ, ପ୍ରତିଷ୍ଠା ଦିବସରେ ଆମର ଲକ୍ଷ୍ୟ, ସଫଳତା ଏବଂ ତ୍ରୁଟି ବିଷୟରେ ଅନୁଧ୍ୟାନ କରି ଆଗାମୀ ଦିନରେ ନିଜକୁ ଉନ୍ନତରୁ ଉନ୍ନତ୍ତର କରିବା ପାଇଁ ଶପଥ ଗ୍ରହଣ କରିବା ଉଚିତ। ଏହି ଅବସରରେ କୁଳପତି ସମସ୍ତ ଅବସରପ୍ରାପ୍ତ ଶିକ୍ଷକ ଓ କର୍ମଚାରୀଙ୍କୁ ସମ୍ମାନିତ କରିଥିଲେ। ଛାତ୍ର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ସୁଶାନ୍ତ ବଡ଼ମାଳୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମେ ମିଳିମିଶି ଦରମା ବଢ଼ାଇଦେଲେ: ଏବେ ଲୋକ ଦେଖାଣିଆ ରାଜନୈତିକ ବୟାନବାଜୀ

ଭୁବନେଶ୍ବର,୧୪।୧୨: ଏବେ ରାଜ୍ୟର ଘରେ ଘରେ ଆଉ ଗଳି କନ୍ଦିରେ ଚର୍ଚ୍ଚା ବିଧାୟକଙ୍କ ଦରମା ବୃଦ୍ଧି। ଓଡିଶା ଭଳି ଗରିବ ରାଜ୍ୟର ବିଧାୟକ ମାନେ ଭାରତରେ...

‘ଛାତ୍ରୀଛାତ୍ର ଭଲ ମଣିଷ ହୋଇ ଦେଶର ନାଁ ରଖନ୍ତୁ’

ଭୁବନେଶ୍ୱର,୧୪ା୧୨: ଭୁବନେଶ୍ୱର ଉପକଣ୍ଠସ୍ଥ ଭରତପୁର ଥାନା ଅନ୍ତର୍ଗତ ଦୁର୍ଗାମାଧବ ନଗର (ଶ୍ୟାମପୁର ମୌଜା)ଭରତପୁରଠାରେ ଅବସ୍ଥିତ ବୀଣାଭାରତୀ ବିଦ୍ୟାମନ୍ଦିରର ୨୫ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ୩...

‘ନବୀନ ଦରମା ଉପରେ ନିର୍ଭରଶୀଳ ନୁହନ୍ତି’

ଭୁବନେଶ୍ୱର,୧୪ା୧୨: ବର୍ଦ୍ଧିତ ଦରମା ନେବାକୁ ବିଜେଡି ବିଧାୟକ ନବୀନ ପଟ୍ଟନାୟକ ମନା କରିବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଧାୟକ ଗଣେଶ୍ବର ବେହେରା। ସେ କହିଛନ୍ତି, ନବୀନ...

ବର୍ଦ୍ଧିତ ଦରମା ନେବାକୁ ନବୀନ ମନା କରିବା ପରେ ମୁହଁ ଖୋଲିଲେ ଉପମୁଖ୍ୟମନ୍ତ୍ରୀ, କହିଲେ ଏହା କେବଳ…

ଭୁବନେଶ୍ୱର,୧୪ା୧୨: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ହିଞ୍ଜିଳି ବିଧାୟକ ଥିବା ନବୀନ ପଟ୍ଟନାୟକ ତାଙ୍କର ବର୍ଦ୍ଧିତ ଦରମା ନେବାକୁ ମନା କରିବା ପ୍ରସଙ୍ଗରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ...

ମୋକିମଙ୍କ ଚିଠିକୁ ନେଇ ମୁହଁ ଖୋଲିଲେ ଭକ୍ତ ଦାସ, କହିଲେ ଯେଉଁମାନେ ଭାଜପା ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୧୪ା୧୨: କଂଗ୍ରେସର ସୋନିଆ ଗାନ୍ଧୀଙ୍କୁ ପୂର୍ବତନ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଚିଠି ଲେଖିବା ପ୍ରସଙ୍ଗରେ ନୂଆଦିଲ୍ଲୀରେ ମୁହଁ ଖୋଲିଛନ୍ତି ପିସିସି ସଭାପତି ଭକ୍ତ ଚରଣ...

ଆଭ୍ୟନ୍ତରୀଣ ଓଡ଼ିଶାରେ ହାଡ଼ଭଙ୍ଗା ଶୀତ, ଜାଣନ୍ତୁ କେଉଁଠି ରହିଛି କେତେ ତାପମାତ୍ରା…

ଭୁବନେଶ୍ୱର,୧୪ା୧୨: ଆଭ୍ୟନ୍ତରୀଣ ଓଡ଼ିଶାରେ ଜାରି ରହିଛି ହାଡ଼ଭଙ୍ଗା ଶୀତ। ରାଉରକେଲା ସହରରେ ସର୍ବନିମ୍ନ ତାପମାତ୍ରା ୮.୨ ଡିଗ୍ରୀ ଥିବାବେଳେ ଝାରସୁଗୁଡ଼ାରେ ୮.୯, କେନ୍ଦୁଝରରେ ୧୦.୬ ଡିଗ୍ରୀ...

ବର୍ଦ୍ଧିତ ଦରମା ନେବାକୁ ମନା କଲେ ନବୀନ, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି କହିଲେ ମୋ ଦରମାକୁ…

ଭୁବନେଶ୍ୱର,୧୩ା୧୨: ଏହି କିଛିଦିନ ତଳେ ମୋହନ ସରକାର ବିଧାୟକମାନଙ୍କ ଦରମା ଏବଂ ଭତ୍ତା ବଢ଼ାଇଛନ୍ତି। ବିଧାୟକଙ୍କ ଦରମା ପୂର୍ବରୁ ୧ ଲକ୍ଷ ଟଙ୍କା ଥିବାବେଳେ ସରକାର...

କିସ୍‌ରେ ୯ମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ: ମା’ ଆଣିଲେ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୧୩॥୧୨: ଭୁବନେଶ୍ୱର କିସ୍‌ରେ ୯ମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତ ଛାତ୍ର କେନ୍ଦୁଝର ଟାଉନ ଥାନା ଟିକରଗୁମୁରା ଗାଁର।ଛାତ୍ରଙ୍କ ଶରୀରରେ କ୍ଷତ ଚିହ୍ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri