ନୂଆଦିଲ୍ଲୀ,୨୨।୧୨: ଉତ୍କଳ କନିକା ଗ୍ୟାଲେରିଆ ମଲ୍ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏପରିକି ବୁଧବାର ମଲର ୩ୟ ବାର୍ଷିକ ଆଡମ୍ବର ସହକାରେ ପାଳନ କରାଯାଇଥିଲା। ଏହି ଅବସରରେ ଭୁବନେଶ୍ୱର ମେୟର୍ ସୁଲୋଚନା ଦାସ, ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ, ଟ୍ରାଫିକ୍ ଡ଼ିସିପି ଠାକୁର ପ୍ରସାଦ ପାତ୍ର, ସମାଜସେବୀ ଲିଙ୍କନ ସୁବୁଦ୍ଧି, ସୋ ଆଇ ଏମର ପ୍ରତିଷ୍ଠାତା ପିନାକୀ ମହାନ୍ତି ଓ ଚିଦାତ୍ମିକା ଖଟୁଆ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।
ଗତ ୩ ବର୍ଷ ମଧ୍ୟରେ ଭୁବନେଶ୍ୱରର ଏହି ମଲ୍ ଏକ ଅଗ୍ରଣୀ ମଲ ଭାବେ ପରିଚିତ ହୋଇପାରିଛି। ମଲ୍ ପକ୍ଷରୁ ବିଭିନ୍ନ ପ୍ରକାର ସିଏସ୍ଆର୍ ଆକ୍ଟିଭିଟି କାର୍ଯ୍ୟକ୍ରମ କରାଯାଇଛି। ସାଇକ୍ଲୋଥନ, ମିନି ମାରାଥନ୍, ବାଇକ୍ ରାଇଡ଼ିଂ, ମିଷ୍ଟର ଆଣ୍ଡ୍ ମିସ ଉକତ୍ଳ, ରଜ ଉସତ୍ବ, ଦଶହରା ଏବଂ ଖ୍ରୀଷ୍ଟମାସ କାର୍ଯ୍ୟକ୍ରମ ମାଧ୍ୟମରେ ହଜାର ହଜାର ଲୋକ ଯୋଡ଼ି ହୋଇଛନ୍ତି। ମଲ୍ର ବାର୍ଷିକ ଉସତ୍ବ ଉପଲକ୍ଷେ ଗରିବ ଲୋକଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଥିଲା। ସବୁଠୁ ବଡ଼ କଥା ହେଲା ଏଠାରେ ୭୦ରୁ ଅଧିକ ଜାତୀୟ ଏବଂ ଆର୍ନ୍ତଜାତୀୟ ବ୍ରାଣ୍ଡ୍ର ଷ୍ଟୋର ସହ ଭଳିକି ଭଳି ଖାଦ୍ୟର ଆଉଟ୍ଲେଟ୍ ଉପଲବ୍ଧ।
ଏପରିକି ପ୍ରତିଦିନ ହଜାର ହଜାର ଲୋକ ଏଠାକୁ ବୁଲିବାକୁ ଆସି ନୂଆ ଅନୁଭୂତି ସାଉଁଟିଛନ୍ତି। ଆଗାମୀ ଦିନରେ ଏଠାରେ (ମଲ୍) ରେ ପିଭିଆର୍ ଖୋଲାଯିବାର ଯୋଜନା ରହିଛି। ବାର୍ଷିକ ଉସତ୍କ କାର୍ଯ୍ୟକ୍ରମରେ ଉକତ୍ଳ ବିଲ୍ଡ଼ର୍ ପ୍ରତିଷ୍ଠାତା ସୁବାଷ ଭୁରା, ପ୍ରକାଶ ଭୁରା, ପରିଚାଳନା ନିର୍ଦ୍ଦେଶକ ଶରଦ ବୈଦ, ନିର୍ଦ୍ଦେଶକ ରାକେଶ ଭୁରା ଏବଂ ଅମିତ୍ ବୈଦ ମଲ୍ର ନିର୍ଦ୍ଦେଶିକା ପୂର୍ଣ୍ଣିମା ବୈଦଙ୍କ ସହ ଅନ୍ୟ ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।