ନୂଆଦିଲ୍ଲୀ, ୧।୧୨: ଅବସରପ୍ରାପ୍ତ ଆଇଏଏସ୍ ଅଫିସର ଉତ୍ପଳ କୁମାର ସିଂ ସୋମବାର ବର୍ଷକ ଲାଗି ଲୋକ ସଭାର ନୂଆ ମହାସଚିବ ଭାବେ ନିଯୁକ୍ତି ପାଇଛନ୍ତି। ଲୋକ ସଭା ବାଚସ୍ପତି ଓମ୍ ବିର୍ଲା ଏହି ନିଯୁକ୍ତି ପ୍ରଦାନ କରିଛନ୍ତି। ଡିସେମ୍ବର ୧ରୁ ସେ କ୍ୟାବିନେଟ ସଚିବ ପାହ୍ୟାରେ ରହି କାର୍ଯ୍ୟ କରିବେ। ପୂର୍ବରୁ ସିଂ ଲୋକ ସଭା ସଚିବ ରହିଥିଲେ। ସ୍ନେହଲତା ଶ୍ରୀବାସ୍ତବଙ୍କ ପରେ ତାଙ୍କୁ ବାଚସ୍ପତି ଲୋକ ସଭାର ମହାସଚିବ ଭାବେ ନିଯୁକ୍ତି ପ୍ରଦାନ କରିଛନ୍ତି। ୧୯୮୬ ବ୍ୟାଚ୍ ଉତ୍ତରାଖଣ୍ଡ କ୍ୟାଡ଼ର୍ର ଏହି ଅଧିକାରୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ପଦପଦବିରେ ଦକ୍ଷତାର ସହ କାର୍ଯ୍ୟ କରିଆସିଛନ୍ତି। ସେ ଅଢ଼େଇବର୍ଷ ଉତ୍ତରାଖଣ୍ଡର ମୁଖ୍ୟ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ।