ଏମିତି ଆରମ୍ଭ ହୋଇଥିଲା ଉତ୍ତମ -ଅପରାଜିତାଙ୍କ ଲଭଷ୍ଟୋରୀ, କେବେବି କହି ନ ଥିଲେ I love you…

ଭୁବନେଶ୍ୱର,୨୮।୨: ଆମ ଗହଣରେ ନାହାଁନ୍ତି ଓଡି଼ଆ ଅଭିନେତା ଉତ୍ତମ ମହାନ୍ତି। ନବେ ଦଶକର ଏହି ଅଭିନେତାଙ୍କ ଚିକିତ୍ସାଧିନ ଅବସ୍ଥାରେ ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ମୃତ୍ୟୁ ଘଟିଛି। ତାଙ୍କ ଦେହାନ୍ତରେ ଓଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି। ଅନ୍ୟପଟେ ଉତ୍ତମଙ୍କ ମୃତ୍ୟୁକୁ ନେଇ ଭାଙ୍ଗିପଡିଛନ୍ତି ସ୍ତ୍ରୀ ଅପରାଜିତା ମହାନ୍ତି। ନିଜ ଜୀବନସାଥୀକୁ ଏତେ ଶୀଘ୍ର ହରାଇବେ ବୋଲି ସେ ଭାବିନଥିଲେ। ଏହି ଷ୍ଟାର୍‌ କପଲଙ୍କ ଲଭଷ୍ଟୋରୀ ଆଜିବି ଖୁବ ଚର୍ଚ୍ଚାରେ। ତେବେ ଆସନ୍ତୁ ଜାଣିବା କେମିତି ଆରମ୍ଭ ହୋଇଥିଲା ଉତ୍ତମ -ଅପରାଜିତାଙ୍କ ଲଭଷ୍ଟୋରୀ।

୧୯୮୨ରେ ରିଲିଜ ହୋଇଥିବା ଓଡି଼ଆ ଫିଲ୍ମ ‘ଅସ୍ତରାଗ’ ଶଟିଂ ସେଟ୍‌ରେ ପ୍ରଥମେ ଅପରାଜିତାଙ୍କୁ ଦେଖିଥିଲେ ଉତ୍ତମ। ପରେ ଉତ୍ତମ ଶୁଟିଂ ସେଟ ରୁ ଫେରି ଅପରାଜିତାଙ୍କୁ ଭଲ ପାଉଥିବା କଥା ନିଜ ମାଆଙ୍କୁ କହିଥିଲେ। କିନ୍ତୁ ଅପରାଜିତାଙ୍କ ମନ ଜିଣିବା ଏତେ ସହଜ ନଥିଲା। ଅପରାଜିତାଙ୍କୁ ନିଜ ମନର କଥା କହିବାକୁ ଉତ୍ତମଙ୍କୁ ୫ ବର୍ଷ ସମୟ ଲାଗିଥିଲା। ଉଭୟ ଦୀର୍ଘଦିନ ଧରି ପରସ୍ପରଙ୍କୁ ଡେଟ କରିଥିଲେ। କିନ୍ତୁ ଅପରାଜିତାଙ୍କୁ କେବେବି ସେ ଆଇ ଲଭ ୟୁ କହି ନଥିଲେ। ବରଂ ସିଧାସଳଖ ବିବାହ ପ୍ରସ୍ତାବ ଦେଇଥିଲେ। ଯାହାପରେ ଅପରାଜିତା ରାଜି ହୋଇଥିଲେ।

ଅନ୍ୟପଟେ ଅପରାଜିତାଙ୍କ ହିନ୍ଦୁ ହୋଇ ନ ଥିବାରୁ ବିବାହରେ ବହୁ ବିବାଦ ଦେଖାଦେଇଥିଲା। ହେଲେ ସମାଜକୁ ଖାତିର ନ କରି ୧୯୮୭ ରେ ହିନ୍ଦୁ ରିତିନୀତିରେ ବିବାହ କରିଥିଲେ ଉତ୍ତମ। ବିବାହର ୨ ବର୍ଷ ପରେ ଅର୍ଥାତ୍‌ ୧୯୮୯ରେ ଉତ୍ତମ ଆଉ ଅପରାଜିତାଙ୍କ କୋଳକୁ ଆସିଥିଲେ ଓଲିଉଡ ସୁପରଷ୍ଟାର ବାବୁସାନ ମହାନ୍ତି ।

ଓଡ଼ିଆ ସିନେମାର ପ୍ରଥମ ସୁପରଷ୍ଟାର ଉତ୍ତମ ମହାନ୍ତି ଆଉ ନାହାନ୍ତି। ସମଗ୍ର ଓଡ଼ିଶା, ବିଶ୍ୱବ୍ୟାପୀ ତାଙ୍କ ପ୍ରଶଂସକ, ପରିବାର, ଶୁଭେଚ୍ଛୁ ଏବଂ ସର୍ବୋପରି ଓଡ଼ିଆ ଚଳଚ୍ଚିତ୍ର ଶିଳ୍ପ ସମ୍ପ୍ରଦାୟ ଓଡ଼ିଆ ଚଳଚ୍ଚିତ୍ରର ଏହି ସୁପରଷ୍ଟାରଙ୍କୁ ମନେ ପକାଉଛନ୍ତି।

ଉତ୍ତମ ମହାନ୍ତିଙ୍କ ନାମରେ ଅନେକ ବ୍ଲକବଷ୍ଟର ଓଡ଼ିଆ ଚଳଚ୍ଚିତ୍ର ଅଛି। ସେ ଓଡ଼ିଆ, ୩୦ ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମା ସମେତ ପ୍ରାୟ ୧୩୫ ଟି ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ, ସେ କିଛି ଟିଭି ଧାରାବାହିକରେ ମଧ୍ୟ ଅଭିନୟ କରିଛନ୍ତି। ମହାନ୍ତି ତାଙ୍କ ବଳିଷ୍ଠ ଅଭିନୟ ପାଇଁ ଅନେକ ପୁରସ୍କାର ଜିତିଛନ୍ତି।

ଉତ୍ତମ ମହାନ୍ତି ଏକମାତ୍ର ଓଡ଼ିଆ ଅଭିନେତା ଥିଲେ ଯିଏ ୧୯୮୨, ୧୯୮୩ ଏବଂ ୧୯୮୪ ରେ ଲଗାତାର ତିନି ବର୍ଷ ରାଜ୍ୟ ସରକାରଙ୍କଠାରୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିଲେ। ୧୯୯୯ରେ, ତାଙ୍କୁ ପ୍ରତିଷ୍ଠିତ ଜୟଦେବ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ପିଟିଲା ସ୍କର୍ପିଓ, ଚାଲିଗଲା ୩ ଜୀବନ

କୁଆଁରମୁଣ୍ଡା,୨୬ା୪(ମହେନ୍ଦ୍ର କୁମାର ସାହୁ): ଝାଡ଼ଖଣ୍ଡ ରାଜ୍ୟ ଚତରାରେ ଶନିବାର ଏକ ସ୍କର୍ପିଓ ରାସ୍ତା ପାଶର୍‌ବରେ ଥିବା ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାରେ ସୁନ୍ଦରଗଡ଼...

କାଳବୈଶାଖୀ ତାଣ୍ଡବ: ଉପୁଡ଼ିଲା ଗଛ, ଅନ୍ଧାରରେ ଗାଁ

ନନ୍ଦପୁର,୨୫।୪(ତୁଷାରକାନ୍ତ ମହାନ୍ତି): ନବରଙ୍ଗପୁର ଜିଲା ନନ୍ଦପୁରରେ ଶନିବାର କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ବର୍ଷା ପବନ ହୋଇ ଏକାଧିକ ଗଛ ଉପୁଡ଼ି ରାସ୍ତା ଅବରୋଧ...

ନାବାଳିକାଙ୍କୁ ବଳାତ୍କାର: ଫେରାର ଅଭିଯୁକ୍ତ ଗିରଫ

ଜୟପୁର,୨୬ା୪(ପବନ ପାଣିଗ୍ରାହୀ)- ନାବାଳିକା ବଳାତ୍କାର ମାମଲାର ଫେରାର ଅଭିଯୁକ୍ତଙ୍କୁ ଶନିବାର ଜୟପୁର ମହିଳା ପୋଲିସ ଗିରଫ କରିଛି। ଅଭିଯୁକ୍ତ ହେଲେ ଘେନୁ ହନ୍ତାଳ। ମିଳିଥିବା ସୂଚନା...

ମୌଳିକ ସେବା ଅପହଞ୍ଚ: ଚଟାଣରେ ଚିକିତ୍ସା, ହାତରେ ସାଲାଇନ

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ରହିଥିବା ସହରାଞ୍ଚଳ ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ରରେ ରୋଗୀଙ୍କୁ ସର୍ବନିମ୍ନ ମୌଳିକା ସୁବିଧା ସୁଯୋଗ ଅପହଞ୍ଚ ହୋଇପଡ଼ିଛି। ଏଠାରେ ଡାକ୍ତର ଅଭାବ ନିତିଦିନିଆ...

ମନ୍ଦାକିନୀଙ୍କ ଉପରେ ପୁଣି ଭରଷା କଲା କଂଗ୍ରେସ

ଭବାନୀପାଟଣା,୨୬ା୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ସାମାଜିକ କର୍ମୀ ମନ୍ଦାକିନୀ ବାଣୁଆ ପୁଣି ଥରେ ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦିକା ଭାବେ...

ବାହାଘର ଭୋଜିରେ ଅଘଟଣ: ବିଦ୍ୟୁତ୍‌ ଆଘାତରେ ଚାଲିଗଲା ଜଣଙ୍କ ଜୀବନ, ଜଣେ ଗୁରୁତର

ଫୁଲବାଣୀ,୨୬।୪(ରାକେଶ କୁମାର ରାଉତ): କନ୍ଧମାଳ ଜିଲା ଟିକାବାଲି ଥାନା ଅଧୀନ କଇଁଝର ପଞ୍ଚାୟତ କୁଟିଗଡ଼ ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ...

ଚେନ୍ନାଇର ପ୍ରଦର୍ଶନକୁ ନେଇ ମୁହଁ ଖୋଲିଲେ ଧୋନୀ

ଚେନ୍ନାଇ,୨୬ା୪: ଚଳିତ ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ) ଦଳର ନୈରାଶ୍ୟଜନକ ପ୍ରଦର୍ଶନ ଲାଗି ଅସହାୟତା ପ୍ରକାଶ କରିବା ସହ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କହିଛନ୍ତି...

ଅଡୁଆରେ ରେହମାନ, ନୋଟିସ ପରେ ୨ କୋଟି ଟଙ୍କାର ଜରିମାନା ଲଗାଇଲେ ହାଇକୋର୍ଟ

ମୁମ୍ବାଇ: ନୂଆ ଅଡ଼ୁଆରେ ଫସିଛନ୍ତି ଖ୍ୟାତନାମା ସଂଗୀତକାର ଏ ଆର୍‌ ରେହମାନ। ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟଙ୍କ ଦୁଇ ବର୍ଷ ପୁରୁଣା ଫିଲ୍ମ ‘ପୋନ୍ନିୟିନ ସେଲଭନ ୨’ରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image