ଉତ୍ତମଙ୍କ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଅପୂରଣୀୟ କ୍ଷତି: ରାଷ୍ଟ୍ରପତି

ଭୁବନେଶ୍ୱର,୨୮।୨: ଓଡ଼ିଆ ଚଳଚ୍ଚିତ୍ର ଜଗତର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଉତ୍ତମଙ୍କ ବିୟୋଗରେ ରାଷ୍ଟ୍ରପତିଙ୍କ ଶୁକ୍ରବାର ଶୋକ ପ୍ରକାଶ କରିଛନ୍ତି। ଉତ୍ତମଙ୍କ ବିୟୋଗରେ ରାଷ୍ଟ୍ରପତି ଗଭୀର ଦୁଃଖ ପ୍ରକାଶ କରିବା ସହ ମର୍ମାହତ ବୋଲି କହିଛନ୍ତି। ନାୟକ ଭୂମିକାରେ ଅସଂଖ୍ୟ ଦର୍ଶକଙ୍କ ହୃଦୟ ଜୟ କରିଥିଲେ ଉତ୍ତମ। ଓଡ଼ିଆ ଚଳଚ୍ଚିତ୍ର ବିକାଶ କ୍ଷେତ୍ରରେ ଉତ୍ତମଙ୍କ ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ବିୟୋଗ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅପୂରଣୀୟ କ୍ଷତି ବୋଲି ରାଷ୍ଟ୍ରପତି ସୋସିଆଲ ମିଡିଆ ଏକ୍ସରେ ଉଲ୍ଲେଖ କରିଛନ୍ତି।

ସୂଚନା ଯୋଗ୍ୟ, ଦିଲ୍ଲୀସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁବାର ରାତିରେ ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଥିଲା। କିଛିଦିନ ହେଲା ସେ ଲିଭର ସିରୋସିସ ରୋଗରେ ପୀଡିତ ଥିଲେ। ୬୬ବର୍ଷ ବୟସରେ ସେ ଶେଷନିଃଶ୍ବାସ ତ୍ୟାଗ କରିଛନ୍ତି।

ଭେଟେରାନ ଅଭିନେତା ଉତ୍ତମ ମହାନ୍ତି କିଛିଦିନ ତଳେ ଗୁରୁତର ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ସେ ଆଇସିୟୁରେ ଚିକିତ୍ସିତ ହେଉଥିଲେ ହଠାତ୍‌ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯିବା ପରେ ଦିଲ୍ଲୀର ମେଦାନ୍ତ ହସ୍ପିଟାଲକୁ ଏୟାରଲିଫ୍ଟ କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।

୭୦ ଦଶକରେ ନିଜ ଅଭିନୟ ମାଧ୍ୟମରେ ଘରେ ଘରେ ପରିଚୟ ସୃଷ୍ଟି କରିଥିଲେ ଉତ୍ତମ ମହାନ୍ତି। ୧୯୭୭ରେ ପ୍ରଥମ ସିନେମା ‘ଅଭିମାନ’ରୁ କ୍ୟାରିୟର ଆରମ୍ଭ କରିଥିଲେ ସେ। ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ସିନେମାରେ ଅଭିନୟ କରିଥିଲେ ଉତ୍ତମ। ଏପରି କି ନିଖୁଣ ଅଭିନୟ ଲାଗି ସେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ଜୟଦେବ ପୁରସ୍କାର ଭଳି ଅନେକ ପୁରସ୍କାର ପାଇଥିଲେ। ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଚିତ୍ର ସ୍ବାସ୍ଥ୍ୟାବସ୍ଥା: ପୁଣି ଝୁଲାରେ ବୁହାହେଲେ ରୋଗୀ

ଥୁଆମୁଳ ରାମପୁର,୭।୪(ଦୁର୍ଗା କୀର୍ତ୍ତି): ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ରୋଗୀ ହେଉ ଅବା ଗର୍ଭବତୀ କେବେ ଖଟିଆରେ ବୁହାହେଉଛନ୍ତି ତ ଆଉ କେବେ...

ମଦ ଦୋକାନ ସ୍ଥାନାନ୍ତର ଦାବିକଲେ ମହିଳା

ରାୟଗଡ଼ା,୭।୪ (ଭାଗ୍ୟଶ୍ରୀ ମିଶ୍ର)- ରାୟଗଡ଼ା ସହରର ନ୍ୟୁକୋଲୋନୀଠାରେ ଥିବା ୨ଟି ବିଦେଶୀ ମଦ ଦୋକାନ ସ୍ଥାନାନ୍ତର ପାଇଁ ଦାବିକରି ଉକ୍ତ ଅଞ୍ଚଳର ମହିଳାମାନେ ସୋମବାର ଜିଲାପାଳ...

ବିଦ୍ୟୁତ ଚାଲିଗଲେ ଏଟିଏମ,ମୋବାଇଲ ନେଟୱାର୍କ ଅଚଳ : ଦୀର୍ଘଦିନ ହେଲା ସମସ୍ୟା ହେଲେ ସମାଧାନ ଶୂନ

ଦାରିଙ୍ଗବାଡି, ୭।୪ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସିମନବାଡି ପଞ୍ଚାୟତ ଅଞ୍ଚଳରେ ସୋମବାର ଷ୍ଟେଟ ବ୍ୟାଙ୍କର ଏଟିଏମ୍‌ ଅଚଳ ସହ ବିଏସଏନଏଲ...

ଦୁଇଫାଳ ହେଲା ବିଜେଡି: ଦଳେ ପାଣ୍ଡିଆନଙ୍କ ସପକ୍ଷରେ, ଦଳେ ବିପକ୍ଷରେ

ଭୁବନେଶ୍ୱର,୭ା୪: ବିଜୁ ଜନତା ଦଳର ଭବିଷ୍ୟତ ଭିକେ ପାଣ୍ଡିଆନଙ୍କ ଆଗରେ ପଛରେ ଘୁରି ବୁଲୁଛି। ସେ ଯେମିତି ଚାହିଁବେ ଦଳର ଭବିଷ୍ୟତ ସେପରି ହେବ। କାରଣ...

ଦୁର୍ଘଟଣାରେ ଚାଲିଗଲା ଜୀବନ

ନୂଆଗଡ଼,୭ା୪ (ଯୋଗ୍ୟବନ୍ତ ପରିଛା): ଗଜପତି ଜିଲା ସେରଙ୍ଗ ଥାନା ଅଧୀନ ଖଜୁରିପଦା ଫାଣ୍ଡି ଅନ୍ତର୍ଗତ ସୁରଙ୍ଗି ଛକଠାରେ ବାଇକ୍‌ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଛି। ସେ...

ଶାଳକାଠ ଚୋରାଚାଲାଣବେଳେ ମାଡ଼ିବସିଲା ବନ ବିଭାଗ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ସାହାରପଡ଼ା ସେକ୍ସନର ବଡପଶି ନିକଟରୁ ସୋମବାର ଅପରାହ୍ନ ଏକ ଶାଳ ଗଣ୍ଡି ବୋଝେଇ (ଓଡି ୧୧ଜେ୦୧୦୨...

ରାଗିକି ନିଆଁବାଣ ହେଲେ ସନରାଇଜର୍ସ ହାଇଦ୍ରାବାଦ ମାଲିକାଣୀ: ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୭।୪: ସନରାଇଜର୍ସ ହାଇଦ୍ରାବାଦ ପାଇଁ ଚଳିତ ଆଇପିଏଲ୍‌ ସିଜିନ୍‌ ଆରମ୍ଭ ଖରାପ ରହିଛି। ଦଳ ଲଗାତାର ୪ ମ୍ୟାଚ ହାରିଛି। ଟ୍ରାଭିସ ହେଡ, ଇଶାନ କିଷନ,...

ସୋଫିଆଙ୍କ ଉପରେ ତାତିଲେ ଦେବାଶିଷ, କହୁକହୁ ଯାହା କହିଲେ ରାଜନୀତିରେ ହଇଚଇ 

ଭୁବନେଶ୍ୱର,୭।୪: କଂଗ୍ରେସ ବିଧାୟିକା ସୋଫିଆ ସୋମବାର  ରାଜ୍ୟସଭା ଏମ୍‌ପି ଦେବାଶିଷଙ୍କୁ ଟାର୍ଗେଟ କରିଥିଲେ। ଏହି ଘଟଣା ପରେ ସୋଫିଆଙ୍କ ଉପରେ ତାତିଛନ୍ତି ଦେବାଶିଷ। ଦେବାଶିଷ ସୋଫିଆଙ୍କୁ ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image