ଆଗ୍ରାରେ ଅଛନ୍ତି ଉତ୍ତମ ପଣ୍ଡା; ଫେରିବା ପରେ ଜଣାପଡ଼ିବ ସତ

ବାଲେଶ୍ୱର ଅଫିସ,୨୯।୧: ଚିଠି ଲେଖି ଘର ଛାଡ଼ି ପଳାଇଥିବା ଉତ୍ତମ କୁମାର ପଣ୍ଡା ଫେରିବେ। ତାଙ୍କୁ ନୂଆଦିଲ୍ଲୀ ପୋଲିସ ଉତ୍ତରପ୍ରଦେଶର ଆଗ୍ରା ସହରରୁ ଉଦ୍ଧାର କରିଛି। ଏନେଇ ଜଣାପଡ଼ିବା ପରେ ତାଙ୍କ ଶ୍ୱଶୁର ଏବଂ ଜଣେ ସମ୍ପର୍କୀୟ ଭାଇ ଆଗ୍ରା ଯାଇଛନ୍ତି। ସେ ଘରେ ପହଞ୍ଚିବା ପରେ ପ୍ରକୃତରେ କ’ଣ ପାଇଁ ସେ ଘର ଛାଡ଼ିଥିଲେ ତାହା ଜଣାପଡ଼ିବ। ପ୍ରକୃତରେ ମାରାତ୍ମକ ରୋଗ ନା ଆଉ କିଛି ପାଇଁ ସେ ଘର ଛାଡ଼ିଥିଲେ ତାହା ସାମ୍ନାକୁ ଆସିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ବାଲେଶ୍ୱର ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ଅଧୀନ ସରିସା ଗ୍ରାମର ଉତ୍ତମ ହରିୟାଣାରେ ଏକ ଔଷଧ କମ୍ପାନୀରେ ଚାକିରି କରନ୍ତି। ସେ ବିବାହିତ ହୋଇଥିବା ବେଳେ ତାଙ୍କର ଏକ ବର୍ଷକର ଝିଅ ରହିଛି। ହେଲେ ସେ ଗାଁକୁ ଛୁଟିରେ ଆସିଥିବା ବେଳେ କାହାକୁ କିଛି ନ କହି ଗତ ୨୩ ତାରିଖରେ ଘରୁ ପଳାଇଯାଇଥିଲେ। ପରିବାରଲୋକେ ଯୋଗାଯୋଗ କରିବାକୁ ଚେଷ୍ଟା କରିବାରେ ଏକ ଚିଠି ମିଳିଥିଲା। ସେଥିରେ ନିଜ ରୋଗ ପାଇଁ ଘରୁ ପଳାଉଥିବା ଉଲ୍ଲେଖ କରିଥିଲେ। ଏପରିକି ତାଙ୍କୁ ଖୋଜିବ ନାହିଁ ବୋଲି କହିଥିଲେ। ମାତ୍ର ପରିବାରଲୋକେ ପୁଅଙ୍କ ନିଖୋଜ ସମ୍ପର୍କରେ ନାମ୍ପୋ ଫାଣ୍ଡିରେ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରିଥିଲା।

Share