Categories: ଖେଳ

ଭାରତୀୟ ଦଳର ନେତୃତ୍ୱ ନେବେ ଉତ୍ତମ

ବେଙ୍ଗାଲୁରୁ, ୫ା୫ (ପି.ଟି.): ଓମାନର ସାଲାଲାଠାରେ ମେ ୨୩ରୁ ଜୁନ୍‌ ୧ ପର୍ଯ୍ୟନ୍ତ ହେବାକୁଥିବା ଜୁନିୟର ଏସିଆ କପ୍‌ ହକି ଟୁର୍ନାମେଣ୍ଟ ପାଇଁ ଯୁବ ଫରଓ୍ବାର୍ଡ ଉତ୍ତମ ସିଂଙ୍କୁ ଭାରତୀୟ ଦଳର ଅଧିନାୟକ ମନୋନୀତ କରାଯାଇଛି। ଗତବର୍ଷ ତାଙ୍କର ଉଚ୍ଚକୋଟୀର ପ୍ରଦର୍ଶନ ଯୋଗୁ ଭାରତ ସୁଲ୍‌ତାନ ଜୋହର କପ୍‌ ଜିତିଥିଲା। ଏସିଆ କପ୍‌ ଆହୁରି ମଧ୍ୟ ଡିସେମ୍ବରରେ ମାଲେସିଆରେ ହେବାକୁଥିବା ଏଫ୍‌ଆଇଏଚ୍‌ ଜୁନିୟର ପୁରୁଷ ବିଶ୍ୱକପ୍‌ ପାଇଁ ଏକ କ୍ୱାଲିଫାଇଙ୍ଗ ଇଭେଣ୍ଟ। ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଥିବା ଦଳଗୁଡ଼ିକୁ ଦୁଇଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଛି। ଏଥିରେ ପାକିସ୍ତାନ, ଜାପାନ, ଥାଇଲାଣ୍ଡ ଓ ଚାଇନିଜ ତାଇପେ ସହ ଭାରତ ଗ୍ରୁପ୍‌ ‘ଏ’ରେ ସ୍ଥାନ ପାଇଛି। ସେହିପରି ଗ୍ରୁପ୍‌ ‘ବି’ରେ କୋରିଆ, ମାଲେସିଆ, ଓମାନ, ବାଂଲାଦେଶ ଓ ଉଜ୍‌ବେକିସ୍ତାନ ରହିଛନ୍ତି। ଭାରତ ଜୁନିୟର ହକି ଦଳ- ଗୋଲକିପର: ମୋହତି ଏଚ୍‌.ଏସ୍‌, ହିମଓ୍ବାନ ସିହାଗ୍‌; ଡିଫେଣ୍ଡର: ଶର୍ଦ୍ଦାନନ୍ଦ ତିଓ୍ବାରୀ, ରୋହିତ, ଅମନଦୀପ ଲାକ୍ରା, ଅମିର ଅଲି, ଯୋଗେମ୍ବର ରାଓ୍ବତ; ମିଡ୍‌ଫିଲ୍ଡର: ବିଷ୍ଣୁକାନ୍ତ ସିଂ ରାଜିନ୍ଦର ସିଂ, ପୁଭାନ୍ନା ସି. ବି, ଅମନଦୀପ, ସୁନୀତ ଲାକ୍ରା; ଫରଓ୍ବାର୍ଡ: ବବି ସିଂ ଧାମି (ଉପଅଧିନାୟକ), ଅରାଇଜିତ ସିଂ ହୁଣ୍ଡାଲ, ଆଦିତ୍ୟ ଲାଲାଗେ, ଉତ୍ତମ ସିଂ (ଅଧିନାୟକ), ସୁଦୀପ ଚିର୍‌ମାକୋ ଓ ଅଙ୍ଗଦ ବୀର୍‌ ସିଂ।

Share