Categories: ଜାତୀୟ

ବାୟୁସେନା କର୍ମଚାରୀଙ୍କୁ ଜାଇକା ସଂକ୍ରମଣ ଭୟ

କାନପୁର, ୩୦।୧୦: ଉତ୍ତରପ୍ରଦେଶର ପୋଖରପୁରରେ ଜାଇକା ଭୂତାଣୁ ଚିହ୍ନଟ ହୋଇଛି। ଏନେଇ ଦିଲ୍ଲୀ ଏବଂ ଲକ୍ଷ୍ନୌରୁ ଡାକ୍ତରୀ ଟିମ୍‌ ଯାଇ ଉକ୍ତ ଅଞ୍ଚଳର ୩ କି.ମି ମଧ୍ୟରେ ରହୁଥିବା ଲୋକଙ୍କ ରକ୍ତ ଓ ମୂତ୍ର ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଛନ୍ତି। ଏପରି କି ୧୭୫ ବାୟୁସେନା କର୍ମଚାରୀଙ୍କ ସମେତ ୭୬ ଜଣ ସ୍ଥାନୀୟ ନାଗରିକଙ୍କ ନମୁନା ପରୀକ୍ଷା ପାଇଁ ଲକ୍ଷ୍ନୌର କେଜିଏମ୍‌ୟୁକୁ ପଠାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜଣାପଡ଼ିଛି। ଜାଇକା ଭୂତାଣୁର ମୂଳ ଉତ୍ସ ଖୋଜି ବାହାର କରିବା ଲାଗି ସ୍ବାସ୍ଥ୍ୟ ବିଭାଗର ୭୦ ଟିମ୍‌ କାମ କରୁଛନ୍ତି। ସେମାନେ ୫୫ ହଜାର ପରିବାର ମଧ୍ୟରୁ ୧୬ ହଜାର ପରିବାରରେ ସର୍ଭେ କାର୍ଯ୍ୟ ସାରିଲେଣି। ସଂଗୃହୀତ ୨୯୨ ନମୁନା ମଧ୍ୟରୁ ୪୦ଟି ନେଗେଟିଭ୍‌ ଆସିଥିବାବେଳେ ଅନ୍ୟ ୨୫୨ଟିର ରିପୋର୍ଟକୁ ଅପେକ୍ଷା କରାଯାଇଛି। ଉତ୍ତରପ୍ରଦେଶରେ ପ୍ରଥମେ ବାୟୁସେନାର ଜଣେ କର୍ମଚାରୀଙ୍କଠାରେ ଜାଇକା ଭୂତାଣୁ ଚିହ୍ନଟ ହୋଇଥିଲା।

Share