Categories: ଜାତୀୟ

ଟୁରିଷ୍ଟ ବସ୍‌ ଦୁର୍ଘଟଣା ଗ୍ରସ୍ତ: ଚାଲିଗଲା ୭ ଜୀବନ

ଲକ୍ଷ୍ନୌ,୨୯।୫: ଅଯୋଧ୍ୟା ଯାଉ ଯାଉ ଘଟିଲା ମର୍ମନ୍ତୁଦ ସଡକ ଦୁର୍ଘଟଣା। ଉତ୍ତରପ୍ରଦେଶ ବହରାଇଚ ଜିଲାରେ ରବିବାର ସକାଳେ ଏହି ଅଘଟଣ ଘଟିଛି। ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଆହତ ହୋଇଛନ୍ତି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁସାରେ, ଆଜି ସକାଳ ସମୟରେ ଏକ କିଛି ଶ୍ରଦ୍ଧାଳୁ କର୍ନାଟକରୁ ଅଯୋଧ୍ୟାକୁ ଯାଉଥିଲେ । ମୋତିପୁର ଅଞ୍ଚଳରେ ଲଖିମପୁର-ବହରାଇଚ ଜାତୀୟ ରାଜପଥରେ ଯାଉଥିବା ବସ୍‌ଟି ଅନ୍ୟ ଏକ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ସେମାନଙ୍କ ଭିତରୁ ହସ୍ପିଟାଲ ଯିବା ବାଟରେ ୨ ଜଣଙ୍କ ମୃତ୍ୟୁ ହୋଇଯାଇଛି ।  ତେବେ ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଥିବା ବେଳେ ଅନ୍ୟ ଜଣେ ଡ୍ରାଇଭର ଥିବା ସୂଚନା ମିଳିଛି ।

Share