ଯୋଗୀଙ୍କ ହାତରେ ପୁଣି ଉତ୍ତରପ୍ରଦେଶ ଡୋର…

ଲକ୍ଷ୍ନୌ,୧୦।୩ : ଉତ୍ତରପ୍ରଦେଶରେ ଭାଜପା ଆଗୁଆ ରହିଛି। ଉତ୍ତରପ୍ରଦେଶରେ ୨୬୩ ଆସନରେ ଭାଜପା ଆଗୁଆ ଥିବାବେଳେ ଏସ୍‌ପି ୧୨୫ ରେ ଆଗୁଆ ରହିଛି। ୪୦୩ ଆସନ ବିଶିଷ୍ଟ ଉତ୍ତରପ୍ରଦେଶ ବିଧାନସଭା ଆସନ ମଧ୍ୟରୁ କଂଗ୍ରେସ ୬ ରେ ଆଗୁଆ ଥିବାବେଳେ ବିଏସ୍‌ପି ୫ ଟି ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟାନ୍ୟ ୪ ଆସନରେ ଆଗୁଆ ରହିଛନ୍ତି।

ରାଜ୍ୟରେ ସରକାର ଗଠନ ପାଇଁ କୁହୁକ ନମ୍ବର ୨୦୨ ଥିବାବେଳେ ଭାଜପା ଏହାକୁ ସହଜରେ ଅତିକ୍ରମ କରିଛି।

ଏହା ଦ୍ୱାରା ଉତ୍ତରପ୍ରଦେଶରେ ପୁଣି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସରକାର ଫେରିବାକୁ ଯାଉଛି। ଯୋଗୀ ପୁଣିଥରେ ଉତ୍ତରପ୍ରଦେଶ ଶାସନ ଡୋର ଧରିବାକୁ ଯାଉଛନ୍ତି।

Share