Categories: ଜାତୀୟ

ଉତ୍ତରପ୍ରଦେଶରେ ତିନିଦିନିଆ ଶୋକ…

ଲକ୍ଷ୍ନୌ,୧୦।୧୦: ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ନେତା ମୁଲାୟମ ସିଂ ଯାଦବଙ୍କ ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ବୟସ ହୋଇଥିଲା। ତେବେ ତାଙ୍କ ମୃତ୍ୟୁକୁ ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ଉତ୍ତରପ୍ରଦେଶରେ ତିନିଦିନିଆ ଶୋକ ଘୋଷଣା କରିଛନ୍ତି।
ଗୁରୁଗ୍ରାମର ମେଦାନ୍ତ ହସ୍ପିଟାଲରେ ଗତ ସପ୍ତାହ ହେଲା ମୁଲାୟମଙ୍କ ଚିକିତ୍ସା ଚାଲିଥିଲା। ଏପରିକି ଗତକାଲି ସେ ଗୁରୁତର ଅସୁସ୍ଥ ହୋଇ ପଡିଥିଲେ। ଆଜି ସକାଳେ ତାଙ୍କର ମୃତ୍ୟୁ ଘଟିଥିବା ପୁଅ ଅଖିଳେଶ ଯାଦବ ସୂଚନା ଦେଇଛନ୍ତି।

ଉତ୍ତରପ୍ରଦେଶର ୩ ଥର ମୁଖ୍ୟମନ୍ତ୍ରୀ ଏବଂ ୭ ଥର ଏମ୍‌ପି ଭାବେ ମୁଲାୟମ ନିର୍ବାଚିତ ହୋଇଥିଲେ। ୧୯୯୬ରୁ ୧୯୯୮ ପର୍ଯ୍ୟନ୍ତ କେନ୍ଦ୍ରରେ ସେ ପ୍ରତିରକ୍ଷା ମନ୍ତ୍ରୀ ଥିଲେ।

Share