Categories: ଜାତୀୟ

ଏଣିକି ପେପର୍‌ ଲିକ୍‌ କଲେ ଆଜୀବନ କାରାଦଣ୍ଡ ସହ ଲାଗିବ ୧ କୋଟିର ଜରିମାନା! ଯୋଗୀ ସରକାର ଆଣୁଛନ୍ତି କଠୋର ଆଇନ୍‌

ଲକ୍ଷ୍ନୌ,୨୫।୬: ନିକଟରେ ଉତ୍ତରପ୍ରଦେଶରେ କିଛି ପରୀକ୍ଷାର ପେପର୍‌ ଲିକ୍‌ ହୋଇଥିଲା, ଏହାପରେ ଏବେ ଯୋଗୀ ଆଦିତ୍ୟନାଥ ସରକାର ଏହା ବିରୋଧରେ ବଡ଼ ପଦକ୍ଷେପ ନେବାକୁ ଯାଉଛି। ଖୁବ୍‌ଶୀଘ୍ର କଠୋର ଆଣ୍ଟି ପେପର୍‌ ଲିକ୍‌ ଆଇନ୍‌ ଆଣିବାକୁ ଯାଉଛି। ଏଥିରେ ଆଜୀବନ କାରାଦଣ୍ଡ ଭଳି ଦଣ୍ଡ ରହିବ।
ୟୁପି ସରକାର ପେପର୍‌ ଲିକ୍‌କୁ ରୋକିବା ଏବଂ ‘ସଲ୍‌ଭର ଗ୍ୟାଙ୍ଗ’ ଉପରେ ରୋକ ଲଗାଇବା ଲାଗି ନୂଆ ଅଇନ ଆଣିବାକୁ ଯୋଜନା କରୁଛନ୍ତି। ରାଜ୍ୟରେ କନଷ୍ଟେବଳ ଭର୍ତ୍ତି ଏବଂ ଆର୍‌ଓ-ଏଆର୍‌ଓ ପରୀକ୍ଷାରେ ହୋଇଥିବା ପେପର ଲିକ୍‌କୁ ଦେଖି ଯୋଗୀ ସରକାର ଉତ୍ତରପ୍ରଦେଶରେ ସାର୍ବଜନିକ ପରୀକ୍ଷା ଅଧ୍ୟାଦେଶ ଆଣିବାକୁ ଯାଉଛି। ଏହି ଆଇନରେ ଯଦି କେହି ବ୍ୟକ୍ତି ପେପର ଲିକ୍‌ କରୁଥିବା ଜଣାପଡେ ତେବେ ତାକୁ ଆଜୀବନ କାରାଦଣ୍ଡ ହୋଇପାରିବ। ଏହାଛଡ଼ା ୧ କୋଟି ଜରିମାନା ମଧ୍ୟ ଲଗାଯିବ।
ଏହି ଅଧ୍ୟାଦେଶର ପ୍ରସ୍ତାବକୁ ଯୋଗୀ କ୍ୟାବିନେଟ ମଞ୍ଜୁର ଦେଇ ସାରିଛି। ଏମିତିରେ ପେପର ଲିକ୍‌ ନଚେତ ଅନ୍ୟ କାରଣକୁ ନେଇ ପରୀକ୍ଷା ବାତିଲ ହେଲେ ଆଗକୁ ହେବାକ ଥିବା ଖର୍ଚ୍ଚର ଭରଣା ସଲଭର ଗ୍ୟାଙ୍ଗଠାରୁ କରାଯିବ ବୋଲି ଜଣାପଡ଼ିଛି।
Share