Categories: ଜାତୀୟ

ଉତ୍ତରପ୍ରଦେଶ ଉପନିର୍ବାଚନ: ଯୋଗୀଙ୍କ ପାଇଁ ସମ୍ମାନର ପ୍ରଶ୍ନ

ଲକ୍ଷ୍ନୌ,୨।୧୧: ଉତ୍ତରପ୍ରଦେଶର ୭ଟି ବିଧାନସଭା ଆସନ ପାଇଁ ହେଉଥିବା ଉପନିର୍ବାଚନରେ ମଙ୍ଗଳବାର ଭୋଟଗ୍ରହଣ କରାଯିବ। ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ଏହି ୭ଟି ଆସନର ଫଳାଫଳ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ ସମ୍ମାନର ପ୍ରଶ୍ନ ସୃଷ୍ଟି କରିବ ବୋଲି ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି। ୨୦୧୭ ବିଧାନସଭା ନିର୍ବାଚନରେ ଏହି ଆସନଗୁଡ଼ିକ ମଧ୍ୟରୁ ୬ଟି ଭାଜପା ଖାତାକୁ ଯାଇଥିଲା। ତେବେ ଇତିମଧ୍ୟରେ ପରିସ୍ଥିତି ବଦଳି ଯାଇଛି। ଯୋଗୀ ସରକାରଙ୍କୁ କେତେକ ଘଟଣାରେ ବିରୋଧ କରାଯାଇଛି। କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଲଗାତାର ଯୋଗୀ ସରକାରଙ୍କୁ ଟାର୍ଗେଟ୍‌ କରିବାରେ ଲାଗିଛନ୍ତି। ସେହିପରି ବିଏସ୍‌ପିର ମାୟାବତୀ ଏବଂ ଏସ୍‌ପିର ଅଖିଳେଶ ଯାଦବ ଯୋଗୀ ସରକାରଙ୍କୁ ବାରମ୍ବାର ସମାଲୋଚନା କରୁଛନ୍ତି। ଏହାର ପ୍ରଭାବ ଭୋଟରଙ୍କ ଉପରେ ପଡ଼ିବାର ଆଶଙ୍କା ରହିଛି। ଏହାକୁ ନେଇ ଯୋଗୀ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share