Categories: ଜାତୀୟ

ଲକ୍ଷ୍ନୌରୁ ବାରାଣସୀ ପହଞ୍ଚିବା ହେଲା ସହଜ

ଲକ୍ଷ୍ନୌ,୧୦।୮: ଆଜି ଲକ୍ଷ୍ନୌରୁ ବାରାଣସୀ ଯାଉଥିବା ଯାତ୍ରୀମାନଙ୍କ ପାଇଁ ଆଜି ଅତ୍ୟନ୍ତ ଶୁଭ ଦିନ। କାରଣ ଆଜିଠାରୁ ଲକ୍ଷ୍ନୌଏବଂ ବାରାଣସୀକୁ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି। ଲକ୍ଷ୍ନୌରୁ ବାରାଣସୀକୁ ପହଞ୍ଚିବାକୁ ମାତ୍ର ୫୫ ମିନିଟ୍‌ ଲାଗିବ। ଆଜି ଏହି ବିମାନକୁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦ୍‌ଘାଟନ କରିଛନ୍ତି।

ଏହି ସମୟ ମଧ୍ୟରେ ରାଜ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଇଣ୍ଡିଗୋଙ୍କୁ ଧନ୍ୟବାଦ ଜଣାଇ କହିଛନ୍ତି ଯେ, ଆପଣଙ୍କ ରାଜ୍ୟର ରାଜଧାନୀ ଆଧ୍ୟାତ୍ମିକ ରାଜଧାନୀ ସହିତ ସିଧାସଳଖ ସଂଯୁକ୍ତ ହୋଇଛି ଏବଂ ଯାତ୍ରୀମାନେ ଏହା ଦ୍ୱାରା ବହୁ ସୁବିଧା ପାଇବେ। ଏହି ବିମାନ ଉଭୟ ବ୍ୟବସାୟୀ ଏବଂ ଭକ୍ତଙ୍କ ପାଇଁ ବହୁତ ଲାଭଦାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share