Categories: ଜାତୀୟ

ପ୍ରଥମ କ୍ୟାବିନେଟ ବୈଠକରେ ଯୋଗୀଙ୍କ ବଡ଼ ନିଷ୍ପତ୍ତି: ୩ମାସ ଯାଏ ବଢ଼ିଲା ରାଶନ ଯୋଜନା

ଲକ୍ଷ୍ନୌ,୨୬।୩: ଉତ୍ତରପ୍ରଦେଶରେ ପୁଣି ଥରେ ଶାସନ ଭାର ସମ୍ଭାଳିବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆକ୍ସନ ମୁଡରେ ଆସିଯାଇଛନ୍ତି। ଶପଥ ଗ୍ରହଣ କରିବାର ଗୋଟିଏ ଦିନ ପରେ ଅର୍ଥାତ୍‌ ଶନିବାର ଯୋଗୀ ନିଜ ନୂଆ କ୍ୟାବିନେଟ ସହ ପ୍ରଥମ ବୈଠକ କରିଛନ୍ତି। ଏହି ବୈଠକରେ ଯୋଗୀ ମନ୍ତ୍ରୀମଣ୍ଡଳ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କରୋନା କାଳରେ ଆରମ୍ଭ ହୋଇଥିବା ମାଗଣା ରାଶନ ଯୋଜନାକୁ ଆହୁରି ୩ମାସ ଯାଏ ବୃଦ୍ଧି କରାଯାଇଛି। କ୍ୟାବିନେଟ ବୈଠକରେ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ଖବରଦାତା ସମ୍ମିଳନୀ କରି ଏନେଇ ସୂଚନା ଦେଇଛନ୍ତି। ୟୁପିର ୧୫କୋଟି ଜନତାଙ୍କୁ ଆଗାମୀ ୩ମାସ ଯାଏ ମାଗଣା ରାଶନ ଉପଲବ୍ଧ କରାଇବାକୁ ମନ୍ତ୍ରୀମଣ୍ଡଳରେ ନିର୍ଣ୍ଣୟ ନିଆଯାଇଛି ବୋଲି ଯୋଗୀ କହିଛନ୍ତି।

Share