Categories: ଜାତୀୟ

ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଲେ ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ,୩୦।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବର୍ତ୍ତମାନ ଦିଲ୍ଲୀ ଗସ୍ତରେ ଅଛନ୍ତି। ଏହି ସମୟରେ ସେ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି। ଶନିବାର ଯୋଗୀ ଆଦିତ୍ୟନାଥ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କୁ ସାକ୍ଷାତକାର କରିଛନ୍ତି। ଏହି ସାକ୍ଷାତକାର ଏଭଳି ସମୟରେ ହୋଇଛି, ଯେତେବେଳେ ମୁଖ୍ୟମନ୍ତ୍ରୀ ଯୋଗୀ ତାଙ୍କର ଦ୍ୱିତୀୟ କାର୍ଯ୍ୟକାଳ ମଧ୍ୟରେ ଏକ ମାସରୁ ଅଧିକ ସମୟ ସମାପ୍ତ କରିସାରିଛନ୍ତି। ଉଭୟଙ୍କ ମଧ୍ୟରେ ରାଜ୍ୟରେ ପରବର୍ତ୍ତୀ ରଣନୀତି ଉପରେ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି। ମୁଖ୍ୟମନ୍ତ୍ରୀ ହେବାର ଏକ ମାସରୁ ଅଧିକ ସମୟ ପରେ ସେ ପୁଣି ଥରେ ଅମିତ ଶାହାଙ୍କୁ ଭେଟିବାକୁ ଆସିଛନ୍ତି। ଉଭୟଙ୍କ ମଧ୍ୟରେ ଅନେକ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି। ଏହି ସମୟରେ ଯୋଗୀ ତାଙ୍କ ସରକାରଙ୍କ ପ୍ରଥମ ୩୦ ଦିନରେ ନିଆଯାଇଥିବା ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ବିଷୟରେ ସ୍ବରାଷ୍ଟ୍ରମନ୍ତ୍ରୀଙ୍କୁ ସୂଚନା ଦେଇଛନ୍ତି। ଏତଦ୍‌ବ୍ୟତୀତ, ଆଗାମୀ ୫ବର୍ଷ ପାଇଁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ରୋଡ ମ୍ୟାପ ବିଷୟରେ ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବା କୁହାଯାଉଛି।

Share