Categories: ଜାତୀୟ

ଅତିକ ଅହମଦଙ୍କୁ ଶହୀଦ କହିବା ସହ ଭାରତ ରତ୍ନ ଦେବାକୁ ଦାବି କଲେ କଂଗ୍ରେସ ନେତା

ପ୍ରୟାଗରାଜ,୧୯।୪: ଉତ୍ତର ପ୍ରଦେଶର ପୋଲିସ କଷ୍ଟଡିରେ ମୃତ୍ୟୁ ହୋଇଥିବା ମାଫିଆ ଅତିକ ଅହମଦଙ୍କୁ ନେଇ ବଡ ଖବର ସାମ୍ନାକୁ ଆସୁଛି। କଂଗ୍ରେସର ଜିଲା ପରିଷଦ ପ୍ରାର୍ଥୀ ରାଜକୁମାର ଓରଫ ରାଜୁ ଭାଇ ଅତିକ ଅହମଦଙ୍କୁ ଶହୀଦ ବୋଲି କହିଛନ୍ତି। ଅତିକଙ୍କୁ ଭାରତ ରତ୍ନ ଦିଆଯିବାକୁ ଦାବି କରି ରାଜୁ ଭାଇ କହିଛନ୍ତି, ଅତିକ ଅହମଦ ଶହୀଦ ହୋଇଛନ୍ତି, ତେଣୁ ତାଙ୍କ ମୃତଦେହ ଉପରେ ତ୍ରିରଙ୍ଗା ଘୋଡାଇବାର ଥିଲା। ସେ ଅଭିଯୋଗ କରିଛନ୍ତି କି ଉତ୍ତର ପ୍ରଦେଶର ଯୋଗୀ ସରକାର ଅତିକ ଅହମଦଙ୍କୁ ହତ୍ୟା କରିଛନ୍ତି। ଏଥିପାଇଁ ଯୋଗୀ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ଦରକାର। ରାଜୁ ଭାଇ ପ୍ରଶ୍ନ କରିଛନ୍ତି, ଯଦି ମୁଲାୟମ ସିଂ ଯାଦବଙ୍କୁ ପଦ୍ମ ବିଭୁଷଣ ମିଳୁଛି ତେବେ ଅତିକ ଅହମଦଙ୍କୁ ଭାରତ ରତ୍ନ କାହିଁକି ମିଳିବ ନାହିଁ।
ସୂଚନାଯୋଗ୍ୟ, ରାଜ କୁମାର ସିଂ ଓରଫ ରାଜୁ ଭାଇ କଂଗ୍ରେସର ପୁରୁଣା ନେତା। ସେ ନଗର ନିଗମର ଓ୍ବାର୍ଡ ନମ୍ବର ୪୩ ସାଉଥ ମଲାକାର କଂଗ୍ରେସ ପ୍ରାର୍ଥୀ। ସେ ପୂର୍ବରୁ ମଧ୍ୟ କାଉନସିଲର ନିର୍ବାଚନ ଲଢି ସାରିଛନ୍ତି। ଏବେ ରାଜୁ ଭାଇଙ୍କର ଏହି ବିବାଦୀୟ ବୟାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share