Categories: ଜାତୀୟ

କରୋନା ଆକ୍ରାନ୍ତ ବେସରକାରୀ କର୍ମଚାରୀଙ୍କୁ ମିଳିବ ୨୮ ଦିନର ଦରମା

ଲକ୍ଷ୍ନୌ,୨୭।୪ : କରୋନା ସଂକ୍ରମଣ ହାର ହୁ ହୁ ହୋଇ ବଢ଼ୁଥିବାବେଳେ ବେସରକାରୀ ସଂସ୍ଥାରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ମିଳିଛି ଖୁସି ଖବର। କରୋନା ସଂକ୍ରମିତ ହେଲେ ବେସରକାରୀ କର୍ମଚାରୀଙ୍କ ଦରମା ଆଉ କଟା ଯିବ ନାହିଁ। ଏଭଳି ଏକ ନିର୍ଦ୍ଦେଶ ଜାରି କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ।

ଏହି ନିର୍ଦ୍ଦେଶ ଅନୁଯାୟୀ, କରୋନା ସଂକ୍ରମିତ ହେଲେ ବେସରକାରୀ କର୍ମଚାରୀଙ୍କୁ ୨୮ ଦିନର ଦରମା ସହିତ ଛୁଟି ମିଳିବ। ଏଥି ନେଇ କର୍ମଚାରୀଙ୍କୁ ଡାକ୍ତରୀ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ। ଏହାବାଦ୍‌ ପ୍ରଶାସନ ଯୋଗୁ ବନ୍ଦ ହୋଇଯାଇଥିବା ଶପିଂ ମଲ, ବାଣିଜ୍ୟକ ପ୍ରତିଷ୍ଠାନ ଓ ଫାକ୍ଟ୍ରିଗୁଡ଼ିକୁ ସେମାନଙ୍କ କର୍ମଚାରୀଙ୍କୁ ଦରମା ସହିତ ଛୁଟି ଦେବା ନେଇ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

Share