Categories: ଜାତୀୟ

ଉତ୍ତରପ୍ରଦେଶ ନିର୍ବାଚନ, ୧୨୫ ଜଣ ପ୍ରାର୍ଥୀଙ୍କ ତାଲିକା ଘୋଷଣା କଲା କଂଗ୍ରେସ, ୫୦ ପ୍ରତିଶତ ମହିଳାଙ୍କୁ ଟିକଟ …

ନୂଆଦିଲ୍ଲୀ,୧୩।୧: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଗୁରୁବାର କଂଗ୍ରେସର ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଦଳର ୧୨୫ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ପ୍ରଥମ ତାଲିକାରେ ୫୦ ପ୍ରତିଶତ ମହିଳାଙ୍କୁ ଟିକଟ ଦିଆଯାଇଛି। ମହିଳାମାନଙ୍କ ନାମ ଘୋଷଣା କରି ପ୍ରିୟଙ୍କା ଗାନ୍ଧୀ କହିଛନ୍ତି ଯେ ଏହି ସମସ୍ତ ମହିଳା ସଂଘର୍ଷ କରିବାକୁ ଯାଉଛନ୍ତି। ବଡ କଥା ହେଉଛି ଉନ୍ନାଓ ବଳାତ୍କାରର ଶିକାର ହୋଇଥିବା ପୀଡ଼ିତାଙ୍କ ମାତା ଆଶା ସିଂଙ୍କୁ ମଧ୍ୟ କଂଗ୍ରେସ ଟିକଟ ଦେଇଛି।

ଏକ ଗଣମାଧ୍ୟମ ସମ୍ମିଳନୀରେ ପ୍ରିୟଙ୍କା କହିଛନ୍ତି ଯେ ପ୍ରଥମ ପ୍ରାର୍ଥୀ ତାଲିକାରେ ୪୦ ପ୍ରତିଶତ ଯୁବବର୍ଗ ଅଛନ୍ତି। ଆମେ ରାଜ୍ୟରେ ଯୁବବର୍ଗଙ୍କୁ ପ୍ରାଥମିକତା ଦେବାର ଚେଷ୍ଟା କରିଛୁ। ସେମାନଙ୍କ ମାଧ୍ୟମରେ ଆମେ ରାଜ୍ୟ ରାଜନୀତିକୁ ଏକ ନୂତନ ଦିଗ ଦେବାରେ ପ୍ରୟାସ କରୁଛୁ।

ପ୍ରିୟଙ୍କା କହିଛନ୍ତି, ଏହି ତାଲିକାରେ କିଛି ମହିଳା ଗଣମାଧ୍ୟମ ପ୍ରତିନିଧି ଅଛନ୍ତି। ତାଲିିକାରେ ଜଣେ ଅଭିନେତ୍ରୀ ଏବଂ ଅବଶିଷ୍ଟ ସଂଘର୍ଷ କରୁଥିବା ମହିଳା ଅଛନ୍ତି। ସେମାନେ କଂଗ୍ରେସରେ ରହି ବହୁ ବର୍ଷ ଧରି ସଂଘର୍ଷ କରିଆସୁଛନ୍ତି ବୋଲି ପ୍ରିୟଙ୍କା କହିଛନ୍ତି।

Share