Categories: ଜାତୀୟ

ଉତ୍ତରପ୍ରଦେଶ ନିର୍ବାଚନ ସେମିଫାଇନାଲ ନୁହେଁ, ୨୦୨୪ ଲୋକ ସଭା ନିର୍ବାଚନ ଉପରେ ଏହାର ପ୍ରଭାବ ପଡିବ ନାହିଁ…

ନୂଆଦିଲ୍ଲୀ, ୧୯।୧୨:  ଉତ୍ତରପ୍ରଦେଶରେ ୨୦୨୨ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏହି ନିର୍ବାଚନ ଉପରେ ସମଗ୍ର ଦେଶର ନଜର ରହିଛି। ଏକ ଚ୍ୟାନେଲକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ଉତ୍ତରପ୍ରଦେଶ ନିର୍ବାଚନ ବିଷୟରେ ମନ୍ତବ୍ୟ ଦେଇଛନ୍ତି। ପିକେ କହିଛନ୍ତି ଯେ ବିଧାନସଭା ନିର୍ବାଚନର ଫଳାଫଳ ଲୋକସଭା ନିର୍ବାଚନ ୨୦୨୪ ଉପରେ ସିଧାସଳଖ ପ୍ରଭାବ ପକାଇବ ନାହିଁ। ଏଭଳି କେବେ ମଧ୍ୟ କୁହାଯାଇପାରିବ ନାହିଁ। କିଛି ଲୋକ ବିଶ୍ୱାସ କରନ୍ତି ଯେ ଏହି ନିର୍ବାଚନ ଲୋକସଭା ନିର୍ବାଚନ ପାଇଁ ବିଶ୍ୱାସ ସୃଷ୍ଟି କରିବ, କିନ୍ତୁ ତାହା ନୁହେଁ।

ପିକେ କହିଛନ୍ତି, ୨୦୧୨ରେ ଭାଜପା ଉତ୍ତରପ୍ରଦେଶରେ ତିନି ନମ୍ବର କିମ୍ବା ଚତୁର୍ଥ ସ୍ଥାନରେ ଥିଲା। ସମାଜବାଦୀ ପାର୍ଟି ରାଜ୍ୟରେ ବିଜୟୀ ହୋଇଥିଲା। କିନ୍ତୁ ୨୦୧୪ ସାଧାରଣ ନିର୍ବାଚନରେ ଏହାର କୌଣସି ପ୍ରଭାବ ପଡ଼ିଲା ନାହିଁ। ୨୦୨୪ ପୂର୍ବରୁ ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହେବ। ତେଣୁ ଉତ୍ତରପ୍ରଦେଶ ନିର୍ବାଚନ ସେମିଫାଇନାଲ ନୁହେଁ, ୨୦୨୪ ଲୋକ ସଭା ନିର୍ବାଚନ ଉପରେ ଏହାର ପ୍ରଭାବ ପଡିବ ନାହିଁ।

Share