ପୂର୍ବତନ ଭାରତୀୟ ପେସ ବୋଲର ସୁଦୀପ ତ୍ୟାଗି ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସୁଦୀପ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇ ଘୋଷଣା କରିଛନ୍ତି।ସେ ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱରେ ଡେବ୍ୟୁ କରିଥିଲେ। ସନ୍ନ୍ୟାସ ଘୋଷଣା କରି ତ୍ୟାଗି କହିଛନ୍ତି, ଭାରତୀୟ ଜର୍ସିକୁ ପିନ୍ଧିବାର ଅନୁଭୂତି ସବୁଠାରୁ ଶ୍ରେଷ୍ଠ। ନିଜ ସ୍ବପ୍ନକୁ ଅଲବିଦା କହିବା ମୋ ପାଇଁ ସବୁଠାରୁ କଷ୍ଟକର ନିଷ୍ପତ୍ତି ବୋଲି ତ୍ୟାଗି କହିଛନ୍ତି। ୩୩ ବର୍ଷୀୟ ଏହି ପେସ ବୋଲର ଜଣକ ୪ଟି ଦିନିକିଆ ଓ ଗୋଟିଏ ଟି-୨୦ ମ୍ୟାଚରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି। ସେ ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟରେ ଦମଦାର ଡେବ୍ୟୁ କରିଥିଲେ। ୨୦୧୦ରେ ସେ ଭାରତ ପକ୍ଷରୁ ନିଜର ଶେଷ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ। ଦିନିକିଆରେ ସେ ମାତ୍ର ୩ଟି ଉଇକେଟ ନେଇଛନ୍ତି।
This is the most difficult decision i ever made , to say goodbye to my dream . #sudeeptyagi #teamindia #indiancricket #indiancricketer #bcci #dreamteam #ipl pic.twitter.com/tN3EzQy9lM
— Sudeep Tyagi (@sudeeptyagi005) November 17, 2020