ଗାଜିଆବାଦ,୧୫।୯: ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ପ୍ରେମରେ ବାଧା ହେବାରୁ ସ୍ବାମୀ ତାଙ୍କ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କରି ମୃତଦେହକୁ କେନାଲରେ ଫିଙ୍ଗି ଦେଇଥିଲେ। ତେବେ ପୋଲିସ ଏହି ମାମଲାରେ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି। ଗାଜିଆବାଦର ଭୋଜପୁର ପୋଲିସ ଷ୍ଟେଶନ ଅଞ୍ଚଳର ନାହାଲି ଗାଁରେ ଏହି ଘଟଣା ଘଟିଛି। କୁହାଯାଉଛି ଯେ ଅଭିଯୁକ୍ତ ସ୍ବାମୀ ସଦ୍ଦାମ ହୁସେନ ଅନ୍ୟ ଜଣେ ମହିଳାଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ଏହାକୁ ବିରୋଧ କରୁଥିଲେ ତାଙ୍କ ସ୍ତ୍ରୀ ରେଶମା ଖାତୁନ। ଏହି କାରଣରୁ ଉଭୟ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରାୟତଃ ଝଗଡା ହେଉଥିଲା। ଅଗଷ୍ଟ ୩୧ରେ ରେଶମାଙ୍କୁ ବାଇକ୍ରେ ବସାଇ ବାପଘରକୁ ଛାଡିବାକୁ ଦେବାକୁ ନେଇଥିଲେ। ବାଟରେ ସ୍ତ୍ରୀଙ୍କ ଗଳା ଚାପି ହତ୍ୟା କରିଥିଲେ। ପରେ ମୃତଦେହକୁ ଏକ କେନାଲରେ ଫୋପାଡି ଦେଇଥିଲେ। ରେଶମାଙ୍କ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ମିଳି ନ ଥିଲା। ପରେ କେନାଲରୁ ତାଙ୍କ ପଚାସଢା ଅବସ୍ଥାରେ ରେଶମାଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହି ଘଟଣାରେ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି।