Advertisement

ଆଶିଷଙ୍କ ଜାମିନକୁ ବିରୋଧ କଲେ ଉତ୍ତରପ୍ରଦେଶ ସରକାର, ସମାଜକୁ ଯିବ ଭୁଲ ବାର୍ତ୍ତା …

ନୂଆଦିଲ୍ଲୀ,୧୯।୧ : ଲଖିମପୁର ଖେରୀ ହିଂସା ମାମଲାରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କ ଜାମିନ ଆବେଦନ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ଆରମ୍ଭ ହୋଇଛି। ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଜେ.କେ ମାହେଶ୍ୱରୀଙ୍କ ବେଞ୍ଚରେ ଶୁଣାଣି ଚାଲିଛି। ଉତ୍ତରପ୍ରଦେଶ ସରକାର ସୁପ୍ରିମକୋର୍ଟଙ୍କୁ କହିଛନ୍ତି ଯେ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଜାମିନ ଆବେଦନକୁ ରାଜ୍ୟ ସରୀକାର ବିରୋଧ କରୁଛନ୍ତି।

ଏହା ଦ୍ୱାରା ସମାଜକୁ ଭୁଲ ବାର୍ତ୍ତା ଯିବ। ଏହାସହ କୋର୍ଟ କହିଛନ୍ତି ଯେ ଘଟଣାର ପ୍ରତ୍ୟକ୍ଷଦର୍ଶୀ ଅଭିଯୁକ୍ତ ମିଶ୍ର ଘଟଣାସ୍ଥଳରୁ ଦୌଡ଼ି ପଳାଇଥିବାର ଦେଖିଛନ୍ତି ଏବଂ ଚାର୍ଜଶିଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି। ଏହା ଏକ ଗୁରୁତର ଅପରାଧ।

ଶେଷ ଶୁଣାଣିରେ ଏହି ମାମଲାର ଶୁଣାଣି ଶେଷ କରିବାକୁ ଅତି କମରେ ପାଞ୍ଚ ବର୍ଷ ଲାଗିବ ବୋଲି ଟ୍ରାଏଲ ଜଜ ରିପୋର୍ଟରେ କହିଥିଲେ।

ଆଶିଷ ମିଶ୍ରଙ୍କ ତରଫରୁ ମୁକୁଲ ରୋହତଗୀ କହିଛନ୍ତି ଯେ ସେ ଏକ ବର୍ଷ ଜେଲରେ ଅଛନ୍ତି। ଥରେ ଜାମିନ ପାଇଛନ୍ତି କିନ୍ତୁ ସୁପ୍ରିମକୋର୍ଟ ଏହାକୁ ଖାରଜ କରିଛନ୍ତି। ଏହାର ଟ୍ରାଏଲ ପାଞ୍ଚ ବର୍ଷରୁ ଅଧିକ ସମୟ ନେବ। ତାଙ୍କୁ ଜାମିନ ଦିଆଯିବା ଉଚିତ। ରୋହତଗୀ କହିଛନ୍ତି ଯେ ଟ୍ରାଏଲ କୋର୍ଟ ନିଜେ କହିଛନ୍ତି ଯେ ଏହି ଶୁଣାଣି ୫ ବର୍ଷ ପର୍ଯ୍ୟନ୍ତ ଚାଲିବ। ମାମଲାରେ ୨୧୮ ସାକ୍ଷୀ, ୨୭ଏଫଏସଏଲ ରିପୋର୍ଟ ଏବଂ ଅଧିକ ମାମଲା ଅଛି। ମୋଟ ଉପରେ, ଟ୍ରାଏଲରେ ୭ ରୁ ୮ ବର୍ଷ ଲାଗିପାରେ।

ଅଭିଯୁକ୍ତ ଘଟଣାସ୍ଥଳରେ ନ ଥିଲେ, ବରଂ ରାଜ୍ୟର ବରିଷ୍ଠ ମନ୍ତ୍ରୀମାନେ ପହଞ୍ଚିବାକୁ ଯାଉଥିବା ଏକ କୁସ୍ତି ପଡ଼ିଆରେ ଉପସ୍ଥିତ ଥିଲେ। କୁସ୍ତି ସ୍ଥଳରେ ତାଙ୍କର ଚିତ୍ର ଅଛି। ସେହି ସମୟରେ ତାଙ୍କର ମୋବାଇଲ ଫୋନର ଅବସ୍ଥାନ ମଧ୍ୟ ସମାନ ଅଟେ। ସେ ଡ୍ରାଇଭିଂ ସିଟରେ ନ ଥିଲେ ଏବଂ ଅନ୍ୟ ଜଣେ ସହ-ଅଭିଯୁକ୍ତ ଗାଡିରୁ ବାହାରକୁ ଆସୁଥିବା ଦେଖିବାକୁ ମିଳିଥିଲା ବୋଲି ସେ ଯୁକ୍ତି ଦର୍ଶାଇଥିଲେ।

Share