Categories: ଜାତୀୟ

ଉତ୍ତରପ୍ରଦେଶ ସରକାରଙ୍କ ଟୁଇଟର ଆକାଉଣ୍ଟ୍‌ ହ୍ୟାକ୍‌…

ନୂଆଦିଲ୍ଲୀ, ୧୦।୪ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅକାଉଣ୍ଟ୍‌ ହ୍ୟାକ୍‌ କରିବା ପରେ ହ୍ୟାକର ସୋମବାର ରାଜ୍ୟ ସରକାରଙ୍କ ଟୁଇଟର ଅକାଉଣ୍ଟ୍‌ ହ୍ୟାକିଂ କରିଛନ୍ତି। ଏହା ପୂର୍ବରୁ ରବିବାର ହ୍ୟାକରମାନେ ୟୁନିଭରସିଟି ଗ୍ରାଣ୍ଟ କମିଶନ(ୟୁଜିସି)ଙ୍କର ଅଫିସିଆଲ୍‌ ଟୁଇଟର ଆକାଉଣ୍ଟ୍‌ ହ୍ୟାକ୍‌ କରିଥିଲେ।

ସୋମବାର ପୂର୍ବାହ୍ନ ପ୍ରାୟ ୧୧ ସମୟରେ ଉତ୍ତରପ୍ରଦେଶ ସରକାରଙ୍କ ଟୁଇଟର ଆକାଉଣ୍ଟ୍‌କୁ ହ୍ୟାକ୍‌ କରାଯାଇଛି। ଏଥିରେ କିଛି ଅଜଣା ଟୁଇଟ୍‌ କରାଯାଇଛି।

ଗତ ୩ ଦିନ ମଧ୍ୟରେ ଏହାକୁ ମିଶାଇ ୪ ସରକାରୀ ଆକାଉଣ୍ଟ୍‌ ହ୍ୟାକର ମାନେ ହ୍ୟାକିଂ କରିଛନ୍ତି। ରବିବାର ହ୍ୟାକରମାନେ ୟୁଜିସିର ପ୍ରୋଫାଇଲ୍‌ ପିକଚର୍‌କୁ ହଟାଇ କାର୍ଟୁନ ପିକଚର ବ୍ୟବହାର କରିଥିଲେ। ହ୍ୟାକରମାନେ ଲଗାତାର ସରକାରୀ ଆକାଉଣ୍ଟ୍‌କୁ ଟାର୍ଗେଟ କରୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି।

Share