ଲକ୍ଷ୍ନୌ,୨୪।୭: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଦ୍ରୁତଗତିରେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଏଠାରେ ଶହ ଶହ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବର୍ତ୍ତମାନ ଏହାର କବଳରେ ଏବେ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀ। ଉତ୍ତରପ୍ରଦେଶ ସ୍ବାସ୍ଥ୍ୟମନ୍ତ୍ରୀ ଜୟ ପ୍ରତାପ ସିଂହ ଶୁକ୍ରବାର କରୋନା ପଜିଟଭ୍ ଚିହ୍ନଟ ହୋଇଛନ୍ତି। ସୂଚନାଯୋଗ୍ୟ, ଗୁରୁବାର ଜୟ ପ୍ରତାପ ଅସୁସ୍ଥ ହୋଇପଡ଼ିଥିଲେ। ଏହାପରେ ତାଙ୍କର କରୋନା ଯାଞ୍ଚ କରାଯାଇଥିଲା। ଶୁକ୍ରବାର କରୋନା ରିପୋର୍ଟ ଆସିବା ପରେ ଲକ୍ଷ୍ନୌ ସ୍ଥିତ ବାସଭବନରେ ସେ ନିଜକୁ ହୋମ କ୍ୱାରାଣ୍ଟାଇନ୍ କରିଦେଇଥିବା ଜଣାପଡ଼ିଛି। ଏଥିସହ ଖବରଦାତାଙ୍କ କଥା ହୋଇ ସେ କହିଛନ୍ତି, ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ, ଖୁବ୍ଶୀଘ୍ର ସୁସ୍ଥ ହୋଇଯିବି।