Categories: ଜାତୀୟ

ଅଫିସରଙ୍କ ସାମ୍ନାରେ ମା’-ଝିଅ ଜୀବନ୍ତ ଦଗ୍ଧ

କାନପୁର,୧୪।୨: କାନପୁର ଦେହାଟର ମୈଥା ତହସିଲର ମଦୌଲି ପଞ୍ଚାୟତର ଚାହଲା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିରୁ ଅନଧିକାର ପ୍ରବେଶ ହଟାଇବାକୁ ଯାଇଥିବା ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସାମ୍ନାରେ ଝୁମ୍ପୁଡି ଭିତରେ ମା’-ଝିଅ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ଉଭୟଙ୍କୁ ବଞ୍ଚାଇବାକୁ ଚେଷ୍ଟା କରି ଘର ମାଲିକ ଏବଂ ରୁରା ଇନ୍ସପେକ୍ଟର ମଧ୍ୟ ପୋଡି ହୋଇ ଯାଇଥିଲେ। ଉତ୍ତେଜିତ ଲୋକେ ହଙ୍ଗାମା ସୃଷ୍ଟି କରିଥିଲେ।
ସୂଚନାଯୋଗ୍ୟ,ଉତ୍ତରପ୍ରଦେଶର ଚାହାଲା ଗ୍ରାମରେ ରହୁଥିବା କୃଷ୍ଣ ଗୋପାଳ ଗ୍ରାମବାସୀଙ୍କ ଜମି ମାଡିବସିଥିବା ଅଭିଯୋଗ ହୋଇଥିଲା। ରାଜସ୍ବ ବିଭାଗ, ପୋଲିସ ଓ ପ୍ରଶାସନିକ ଟିମ ଜୋରଜବରଦସ୍ତି ହଟାଇବାକୁ ସେଠାରେ ପହଞ୍ଚିଥିଲେ। କୃଷ୍ଣ ଗୋପାଳଙ୍କ ଚାଳିଆ ଉପରେ ପ୍ରଶାସନିକ ଟିମ୍‌ ବୁଲଡୋଜର ଚଳାଇଥିଲେ। ଏହି ସମୟରେ ଘର ଭିତରେ କୃଷ୍ଣଗୋପାଳଙ୍କ ସ୍ତସ୍ତ୍ରୀ ପ୍ରମିଳା ଦିକ୍ଷିତ ଓ ୨୩ ବର୍ଷୀୟା ଝିଅ ନେହା ଥିଲେ। ହଠାତ୍‌ ଘରେ ନିଆଁ ଲାଗିଯିବାରୁ ସେମାନେ ବାହାରକୁ ବାହାରି ପାରି ନ ଥିଲେ ଏବଂ ଜୀବନ୍ତ ଜଳିଯାଇଥିଲେ। ପରେ ଉତ୍ତେଜିତ ଲୋକମାନେ ମୃତଦେହ ଉଠାଇବାକୁ ଅନୁମତି ଦେଇ ନ ଥିଲେ
ବର୍ତ୍ତମାନ ଏହି ଘଟଣାକୁ ନେଇ ରାଜ୍ୟରେ ରାଜନୀତି ତୀବ୍ର ହୋଇଛି। ରାଜ୍ୟ ସରକାର ମନ୍ତ୍ରୀ ପ୍ରତୀ ଶୁକ୍ଲା ମୃତକଙ୍କ ପରିବାରକୁ ଭେଟିବା ପାଇଁ ପହଞ୍ଚିଥିଲେ। ଅନ୍ୟପକ୍ଷରେ, ମା’ ଓ ଝିଅଙ୍କ ମୃତ୍ୟୁ ପରେ କଂଗ୍ରେସର ରାଜ୍ୟ ସ୍ତରୀୟ ପ୍ରତିନିଧି ଦଳ ପୀଡିତା ପରିବାର ସଦସ୍ୟଙ୍କୁ ଭେଟିବେ। ଏହା ସହିତ ରାଜ୍ୟ ସଭାପତି ବ୍ରିଜଲାଲ ଖାବ୍ରି, ପ୍ରଦେଶ ସଭାପତି ଅନିଲ ଯାଦବଙ୍କ ସମେତ ଜଲା କଂଗ୍ରେସ କମିଟିର ଏକ ପ୍ରତିନିଧି ଦଳ ମଧ୍ୟ ଗାଁରେ ପହଞ୍ଚିବେ।

Share