ଉତ୍ତରପ୍ରଦେଶ-କେରଳକୁ ମିଳିବ ଅଧିକ କରୋନା ଟିକା

ନୂଆଦିଲ୍ଲୀ,୧୪।୧୨: ଭାରତରେ ଖୁବ୍‌ ଶୀଘ୍ର କରୋନା ପ୍ରତିଷେଧକ ଟିକାଦାନ ସାର୍ବଜନୀକ ଭାବେ ଆରମ୍ଭ କରାଯିବ। ଦେଶର ଅନ୍ୟ ରାଜ୍ୟ ତୁଳନାରେ ଉତ୍ତରପ୍ରଦେଶ ଏବଂ କେରଳକୁ ଅଧିକ କରୋନା ଟିକା ଦିଆଯିବ। ପ୍ରଥମ ପର୍ଯ୍ୟାୟରେ ସ୍ବାସ୍ଥ୍ୟକର୍ମୀ, ଡାକ୍ତର, ନର୍ସ ଏବଂ ଅନ୍ୟ କରୋନା ଯୋଦ୍ଧାକୁ ଟିକାଦାନ କରାଯିବ। ଏହାପରେ ୫୦ ବର୍ଷରୁ ଅଧିକ ବୟସ୍କ ଏବଂ ଡାଇବେଟିସ୍‌ ସମସ୍ୟା ଥିବା ଲୋକଙ୍କୁ ଟିକାକରଣ କରାଯିବ। ଉତ୍ତରପ୍ରଦେଶରେ ସର୍ବାଧିକ ବୟସ୍କ ରହିଛନ୍ତି। ଏଠାରେ ୩ କୋଟି ୬୩ ଲକ୍ଷ ବୟସ୍କ ଅଛନ୍ତି। ରାଜ୍ୟକୁ ୩ କୋଟି ୬୦ ଲକ୍ଷ ଟିକା ଯୋଗାଇ ଦିଆଯିବ। ସେହିପରି କେରଳରେ ଏକ ଚତୁର୍ଥାଶଂ ଜନସଂଖ୍ୟାଙ୍କଠାରେ ଡାଇବେଟିସ୍‌ ସମସ୍ୟା ରହିଛି। ଏଭଳି ସମସ୍ୟା ଥିବା ବ୍ୟକ୍ତି ବିଶେଷଙ୍କୁ ଟିକାଦାନ କରାଯିବା ପାଇଁ ଆବଶ୍ୟକ ଟିକା ଯୋଗାଇ ଦିଆଯିବ। ଅପରପକ୍ଷରେ ଅନ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ତାମିଲନାଡୁରେ ଡାଇବେଟିସ୍‌ ସମସ୍ୟା ଥିବା ତଥା ବୟସ୍କ ଲୋକଙ୍କ ସଂଖ୍ୟା ୨ କୋଟିରୁ ଅଧିକ ରହିଛି। ତେଣୁ ତୃତୀୟ ସର୍ବାଧିକ ଟିକା ତାମିଲନାଡୁକୁ ଯୋଗାଇ ଦିଆଯିବ। ଅପର ପକ୍ଷରେ ବିହାରରେ ବୟସ୍କଙ୍କ ସଂଖ୍ୟା କୋଟିଏ ୮୦ ଲକ୍ଷ ରହିଛି। ତେଣୁ ଟିକା ଯୋଗାଣ ତାଲିକାର ଚତୁର୍ଥ ସ୍ଥାନରେ ବିହାର ରହିଛି। ମଧ୍ୟପ୍ରଦେଶ, ରାଜସ୍ଥାନ,ମହାରାଷ୍ଟ୍ର, ପଞ୍ଜାବ, ହରିୟାଣା ଆଦି ରାଜ୍ୟକୁ ମଧ୍ୟ ବୟସ୍କଙ୍କ ସଂଖ୍ୟା ଏବଂ ଡାଇବେଟିସ୍‌ ତଥା ଉଚ୍ଚରକ୍ତଚାପ ସମସ୍ୟା ଥିବା ବ୍ୟକ୍ତିଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି କରୋନା ଟିତକା ଯୋଗାଇ ଦିଆଯିବ।

Share