Categories: ଜାତୀୟ

ଦିଲ୍ଲୀ ପରେ ଏହି ରାଜ୍ୟରେ ଆରମ୍ଭ ହେଲା ଅନ୍‌ଲକ ପ୍ରକ୍ରିୟା

ଲକ୍ଷ୍ନୌ, ୩୦।୫: କଣ୍ଟେନମେଣ୍ଟ ଜୋନ୍‌ ବାହାରେ ଅର୍ଥନୈତିକ କାରବାର ଆରମ୍ଭ କରିବା ନେଇ ଉତ୍ତରପ୍ରଦେଶରେ ପର୍ଯ୍ୟାୟ କ୍ରମେ ଲକ୍‌ଡାଉନ କଟକଣା କୋହଳ କରିବାକୁ ରାଜ୍ୟ ସରକାର ରବିବାର ଘୋଷଣା କରିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ୟୁପିରେ ୧,୯୦୮ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ କଟକଣା କୋହଳ କରିବା ଲାଗି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟରେ ମୃତ୍ୟୁ ଏବଂ ପଜିଟିଭିଟି ହାର ସର୍ବନିମ୍ନ ରହିଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି। ତେବେ ଯେଉଁ ଜିଲାଗୁଡ଼ିକରେ ସପ୍ତାହ ମଧ୍ୟରେ ୬୦୦ରୁ ଅଧିକ ସକ୍ରିୟ ମାମଲା ବାହାରିବେ ସେଠାରେ କରୋନା କର୍ଫ୍ୟୁ ଜାରି ରହିବ। ୫୫ ଜିଲାରେ ସକାଳ ୭ରୁ ରାତି ୭ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯିବ। ଅନ୍ୟପକ୍ଷରେ ରାତି ୭ରୁ ସକାଳ ୭ଟା ପର୍ଯ୍ୟନ୍ତ ରାତ୍ରକାଳୀନ କର୍ଫ୍ୟୁ ଏବଂ ସପ୍ତାହାନ୍ତ କଟକଣା ବଳବତ୍ତର ରହିବ ବୋଲି ଗାଇଡ୍‌ଲାଇନରେ କୁହାଯାଇଛି।

Share