Categories: ଜାତୀୟ

ମିଥ୍ୟା ନୁହେଁ ବିକାଶ ଦୁବେ ଏନ୍‌କାଉଣ୍ଟର: ୟୁପି ପୋଲିସ

ନୂଆଦିଲ୍ଲୀ,୧୭।୭: କୁଖ୍ୟାତ ଅପରାଧି ବିକାଶ ଦୁବେ ଓ ତାଙ୍କ ସହଯୋଗୀଙ୍କ ଏନ୍‌କାଉଣ୍ଟର ମାମଲାକୁ ନେଇ ସୁପ୍ରିମକୋର୍ଟରେ ଉତ୍ତର ପ୍ରଦେଶ ପୋଲିସ ତା’ର ସମ୍ପୂର୍ଣ୍ଣ ବିବରଣୀ ଦାଖଲ କରିଛି। ଏଥିରେ ପୋଲିସ କହିଛି ସମସ୍ତ ଏନ୍‌କାଉଣ୍ଟର ସତ୍ୟଥିଲା ଏହାକୁ ମିଥ୍ୟା ବୋଲି କୁହାଯାଇ ନ ପାରେ। ଦାଖଲ କରାଯାଇଥିବା ତଥ୍ୟକୁ ନେଇ କୋର୍ଟ ସୋମବାର ଶୁଣାଣି କରିବେ। ଯେଉଁ ଖଣ୍ଡପୀଠ ଏହାର ଶୁଣାଣି କରିବେ ତା’ର ନେତୃତ୍ୱ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ନେବେ ବୋଲି ଜଣାପଡିଛି। ଏହାପୂର୍ବରୁ ସୁପ୍ରିମକୋର୍ଟ ଗ୍ୟାଙ୍ଗଷ୍ଟର ବିକାଶ ଦୁବେ ଓ ତାଙ୍କ ସହଯୋଗୀଙ୍କ ଏନ୍‌କାଉଣ୍ଟର ମାମଲାକୁ ନେଇ ସିବିଆଇ ଯାଞ୍ଚ ଦାବିକୁ ନେଇ ଶୁଣାଣି କରିଥିଲେ।

Share