Categories: ଜାତୀୟ

ଅପରାଧୀ ବିକାଶ ଦୁବେଙ୍କ ସୂଚନା ଦେଲେ ମିଳିବ ୫ ଲକ୍ଷ ଟଙ୍କା: ଉତ୍ତରପ୍ରଦେଶ ପୋଲିସ

କାନପୁର,୮।୭: ଦୁର୍ଦ୍ଦାନ୍ତ ଅପରାଧୀ ବିକାଶ ଦୁବେଙ୍କ ଯିଏ ସୂଚନା ଦେବ ତାଙ୍କୁ ୫ଲକ୍ଷ ଟଙ୍କା ପୁରସ୍କାର ରାଶି ଦିଆଯିବ। ଏଭଳି ଘୋଷଣା କରିଛି ଉତ୍ତରପ୍ରଦେଶ ପୋଲିସ। କାନପୁର ଏନ୍‌କାଉଣ୍ଟରେ ୮ଜଣ ପୋଲିସ ଶହୀଦ ହେବା ପରେ ଏହା ପଛରେ ଥିବା ମାଷ୍ଟର ମାଇଣ୍ଡକୁ ଧରିବା ପାଇଁ ଉତ୍ତରପ୍ରଦେଶ ପୋଲିସ ରାତି ଦିନ ଏକ କରିଦେଇଛି। ଏଯାଏ ବିକାଶର ଟେର୍‌ ମିଳି ନ ଥିବାରୁ ବୁଧବାର ୟୁପି ପୋଲିସ ତାଙ୍କ ନାଁରେ ଥିବା ପୁରସ୍କାର ରାଶିକୁ ଦୁଇଗୁଣା କରିଛି। ପୂର୍ବରୁ ଏହା ଅଢ଼େଇ ଲକ୍ଷ ଥିଲା, ବର୍ତ୍ତମାନ ଏହାକୁ ବଢ଼ାଇ ୫ଲକ୍ଷ ଟଙ୍କା କରିଦିଆଯାଇଥିବା ଜଣାପଡ଼ିଛି। ତେବେ ଉତ୍ତରପ୍ରଦେଶର କୌଣସି ଅପରାଧୀ ଉପରେ ଘୋଷଣା ହୋଇଥିବା ରାଶିଠାରୁ ଏହା ହେଉଛି ସର୍ବାଧିକ ପୁରସ୍କାର। ସୂଚନାଯୋଗ୍ୟ, କାନପୁର ଏନ୍‌କାଉଣ୍ଟରରେ ପୋଲିସ ଓ ଅପରାଧୀ ମୁହାଁମୁହିଁ ସମୟରେ ବିକାଶ ଦୁବେର ଗୁଳିରେ ୮ଜଣ ପୋଲିସ ଯବାନ ଶହୀଦ ହୋଇଥିଲେ। ବିକାଶର ଅପରାଧ ପ୍ରମାଣକୁ ଖୋଜିବା ପାଇଁ ପୋଲିସ ନିଜର ସବୁ ବଳ ଲଗାଇଦେଇଥିବା ଚର୍ଚ୍ଚା ହେଉଛି।

Share