ଏହି ରାଜ୍ୟରେ ରବିବାର ସମ୍ପୂର୍ଣ୍ଣ ଲକ୍‌ଡାଉନ: ମାସ୍କ ନ ପିନ୍ଧିଲେ ହଜାରେ ଟଙ୍କା ଜରିମାନା

ଲକ୍ଷ୍ନୌ,୧୬।୪: ଦେଶରେ କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଏହାର ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଇତିମଧ୍ୟରେ ବର୍ଦ୍ଧିତ କରୋନା ମାମଲାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶ ସରକାର ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ଓ୍ବିକେଣ୍ଡ ଲକ୍‌ଡାଉନ ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଘୋଷଣା କରିଛନ୍ତି। ଏଣିକି ଉତ୍ତରପ୍ରଦେଶର ସମସ୍ତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପ୍ରତି ରବିବାର ସମ୍ପୂର୍ଣ୍ଣ ଲକ୍‌ଡାଉନ ରହିବ। ଆବଶ୍ୟକ ସେବାକୁ ବାଦ୍‌ ଦେଲେ ସମସ୍ତ ଦୋକାନ ବଜାର ଓ କାର୍ଯ୍ୟାଳୟ ବନ୍ଦ ରହିବ। ଏହି ଦିନ ବିଭିନ୍ନ ସ୍ଥାନରେ ସାନିଟାଇଜେଶନ୍‌ ଅଭିଯାନ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯିବ। ଏଥିସହ ଯେଉଁ ଅମାନିଆମାନେ ମାସ୍କ ପିନ୍ଧିବେ ନାହିଁ, ପଥମ ଥର ଧରାପଡ଼ିଲେ ହଜାରେ ଟଙ୍କା ଏବଂ ଦ୍ୱିତୀୟ ଥର ଧରାପଡ଼ିଲେ ଏହାର ଦ୍ୱିଗୁଣା ଜରିମାନା ଦେବାକୁ ପଡ଼ିବ। ଆର୍ଥାତ୍‌ ୧୦ହଜାର ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ। ସୂଚନା ମୂତାବକ, ଯୋଗୀ ଆଦିତ୍ୟନାଥ ସମସ୍ତ ଜିଲାଅଧିକାରୀ, ସିଏମ୍‌ଓ ଓ ଟିମ୍‌-୧୧ ସଦସ୍ୟଙ୍କ ସହ କରୋନା ସ୍ଥିତି ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଥିଲା।

Share