Categories: ଜାତୀୟ

ଖାଲକୁ ଖସିଲା ବରଯାତ୍ରୀ ଗାଡି: ଚାଲିଗଲା ୧୧ ଜୀବନ

ଡେରାଡୁନ,୨୨।୨: ଉତ୍ତରାଖଣ୍ଡର ଚମ୍ପାବନରେ ଏକ ଅଭାବନୀୟ ଘଟଣା ଘଟିଛି। ବରାଯାତ୍ରୀଙ୍କୁ ନେଇ ଆସୁଥିବା ଗାଡି ହଠାତ୍‌ ରାସ୍ତା କଡରେ ଥିବା ଖାଲକୁ ଖସିପଡିଛି। ଏଥିରେ ୧୧ ଜଣଙ୍କ ଜୀବନ ଯାଇଥିବା ବେଳେ ଆଉ କିଛି ଲୋକ ଆହତ ହୋଇଛନ୍ତି। ଖବର ପାଇ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଗା ଭିତରୁ ୧୧ ଜଣଙ୍କ ମୃତଦେହ ମିଳିଥିଲା। ତେବେ ଗାଡିରେ ମୋଟ ୧୬ ଜଣ ବ୍ୟକ୍ତି ଥିଲେ।
ସୂଚନାଯୋଗ୍ୟ, ଚମ୍ପାବନରୁ ୬୫ କିମି ଦୂରରେ ଏକ ପରିବାରରେ ବିବାହ କାର୍ଯ୍ୟକ୍ରମ ଥିଲା। ଟନକପୁର-ଚମ୍ପାବନ ଜାତୀୟ ରାଜପଥକୁ ଲାଗି ରହିଥିବା ସୁଖୀଡଙ୍ଗ-ଡାଙ୍ଗମୀନାର ରାସ୍ତାରେ ଗାଡିଟି ଆସୁଥିଲା। ତେବେ ଗାଡିଟି ଭାରସାମ୍ୟ ହରାଇ ଖାଲକୁ ଖସିପଡିଥିଲା।

Share