Categories: ଜାତୀୟ

ମିଡିଆକୁ ପ୍ରଥମ ପ୍ରତିକ୍ରିୟା: ଉତ୍ତରାଖଣ୍ଡର ପ୍ରଗତି ପାଇଁ ଆହୁରି ପରିଶ୍ରମ କରିବେ ଧାମି

ଡେରାଡୁନ,୩ ।୬: ଉତ୍ତରାଖଣ୍ଡର ଚମ୍ପାୱତ ବିଧାନସଭା ଆସନ ଲାଗି ହୋଇଥିବା ଉପ ନିର୍ବାଚନରେ, ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଏକ ବଡ ବିଜୟ ହାସଲ କରିଛନ୍ତି । ଏହାପରେ ଭାରତୀୟ ଜନତା ପାର୍ଟି(ଭାଜପା)ର କର୍ମୀମାନେ ନାଚିବାକୁ ଆରମ୍ଭ କରିଛନ୍ତି । ଧାମିଙ୍କ ଏହି ବିଜୟ ଖବର ଆସିବା ପରେ ତାଙ୍କ ନିକଟକୁ କର୍ମୀ ତଥା ନେତା ସିଧାସଳଖ ଶୁଭେଚ୍ଛା ବାର୍ତ୍ତା ପଠାଇଛନ୍ତି ।
ଚମ୍ପାବତ ବିଧାନସଭା ନିର୍ବାଚନରେ ବିଜୟ ଲାଭ କରିବା ପରେ ସିଏମ ଧାମି ମିଡିଆକୁ କହିଛନ୍ତି, ଏହା ଚମ୍ପାୱତ ଜନତାଙ୍କ ବିଜୟ । ଏଥିପାଇଁ ମୁଁ ସେମାନଙ୍କୁ ଧନ୍ୟବାଦ ଦେଉଛି । ଏହାସହ ଧାମି କହିଛନ୍ତି ଜନତା ମୋତେ ଯେଉଁ ଭଲପାଇବା ଓ ଆଶୀର୍ବାଦ ଦେଇଛନ୍ତି, ମୁଁ ଏହାକୁ ଫେରାଇବାକୁ ଚେଷ୍ଟା କରିବି ।
ଅନ୍ୟପଟେ ଧାମିଙ୍କ ଏହି ବିଜୟକୁ ନେଇ ଭାଜପା ଖୁସିଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦି ଟୁଇଟ କରି ତାଙ୍କୁ ଶୁଭେଚ୍ଛା ଜଣାଇବା ଓ ଉତ୍ତରାଖଣ୍ଡର ପ୍ରଗତି ପାଇଁ ଧାମି ଆହୁରି ପରିଶ୍ରମ କରିବେ ବୋଲି ମୋଦି କହିଛନ୍ତି । ସେପଟେ ଗଣମାଧ୍ୟମକୁ ଦେଇଥିବା ପ୍ରଥମ ସାକ୍ଷାତ୍‌କାରରେ ଧାମି କହିଛନ୍ତି ଉତ୍ତରାଖଣ୍ଡ ଜନତାଙ୍କ ଭଲ ପାଇବା ଓ ଆଶୀର୍ବାକୁ ନେଇ ମୁଁ ଶୀଘ୍ର ଫେରାଇ ଦେବାକୁ ଚେଷ୍ଟା କରିବି ଅର୍ଥାତ୍ ରାଜ୍ୟକୁ ପ୍ରଗତି କ୍ଷେତ୍ରରେ ଆଗୁଆ କରିବି ।

Share