Categories: ଜାତୀୟ

ଉତ୍ତରାଖଣ୍ଡ କ୍ୟାବିନେଟ ମନ୍ତ୍ରୀ ଚନ୍ଦନ ରାମ ଦାସଙ୍କ ପରଲୋକ…

ଡେରାଡୁନ,୨୬।୪ : ଉତ୍ତରାଖଣ୍ଡ କ୍ୟାବିନେଟ ମନ୍ତ୍ରୀ ଚନ୍ଦନ ରାମ ଦାସଙ୍କ ପରଲୋକ ଘଟିଛି। ଦୀର୍ଘ ଦିନ ଧରି ଅସୁସ୍ଥତା ପରେ ବୁଧବାର ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବାରୁ ତାଙ୍କୁ ବାଗେଶ୍ୱର ଜିଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଦେହାନ୍ତ ଖବର ନେଇ ଭାଜପା ସମେତ ସମଗ୍ର ରାଜ୍ୟରେ ଶୋକର ଲହରୀ ଖେଳିଯାଇଛି।

କ୍ୟାବିନେଟ ମନ୍ତ୍ରୀ ଚନ୍ଦନ ରାମ ଦାସଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି, ସେ ମୋର ଜଣେ ବରିଷ୍ଠ ସହକର୍ମୀ ଥିଲେ। ତାଙ୍କର ଦେହାନ୍ତ ଜନସେବା ଏବଂ ରାଜନୀତି କ୍ଷେତ୍ରରେ ଏକ ଅପୂରଣୀୟ କ୍ଷତି।

ମନ୍ତ୍ରୀ ଚନ୍ଦନ ରାମଦାସଙ୍କ ଦେହାନ୍ତରେ ରାଜ୍ୟରେ ତିନି ଦିନିଆ ଶୋକ ଘୋଷଣା କରାଯାଇଛି। ୨୬ରୁ ୨୮ ଏପ୍ରିଲ ପର୍ଯ୍ୟନ୍ତ ଏହା ପାଳନ କରାଯିବ।

Share