Categories: ଜାତୀୟ

ଚାରିଧାମ ଯାତ୍ରା ବେଳେ ୪୧ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ବର୍ଷା କମିବା ପରେ ପୁଣି ଆରମ୍ଭ ହେଲା ବଦ୍ରିନାଥ ଯାତ୍ରା

ଡେରାଡୁନ,୧୭ ।୫: ଉତ୍ତରାଖଣ୍ଡରେ ବର୍ଷା କମିବା ପରେ ପୁଣିଥରେ ବଦ୍ରିନାଥ ଯାତ୍ରା ଆରମ୍ଭ ହୋଇଛି । ସୂଚନା ଅନୁଯାୟୀ, ସୋମବାର ରାତିରେ ମୂଷଳଧାରାରେ ବର୍ଷା ଯୋଗୁ ସ୍ଥାନେ ସ୍ଥାନେ ଭୂସ୍ଖଳନ ଫଳରେ ଯାତ୍ରାକୁ ବନ୍ଦ କରି ଦିଆଯାଇଥିଲା । ମଙ୍ଗଳବାର ସକାଳ ୬ଟାରୁ ପୁଣିଥରେ ବଦ୍ରିନାଥ ଯାତ୍ରା ଆରମ୍ଭ କରାଯାଇଛି ।

ଚମୋଲିରେ ମୂଷଳ ଧାରାରେ ବର୍ଷା ଯୋଗୁ ବଦ୍ରିନାଥ ରାଷ୍ଟ୍ରୀୟ ରଜମାର୍ଗରେ ହନୁମାନ ପଟ୍ଟିରୁ ବଦ୍ରିନାଥ ମଧ୍ୟରେ ଲାମବଗଡୋ ଖଚଡା ନାଳରେ ପାଣି ବଢିବାରୁ ଓ ବଲଦୁଡାରେ ଭୂସ୍ଖଳନ ଯୋଗୁ ଯାତ୍ରା ବନ୍ଦ କରି ଦିଆଯାଇଥିଲା । ଯାତ୍ରୀଙ୍କୁ ପାଣ୍ଡୁକେଶ୍ୱର, ଯୋଶୀମଠ, ପିପଲକୋଟି, ଚମୋଲି ଓ ଗୌଚରରେ ଅଟକାଇ ଦିଆଯାଇଥିଲା ।
ଅନ୍ୟପଟେ ଚାରିଧାମ ଯାତ୍ରାରେ ଏପର୍ଯ୍ୟନ୍ତ ୪୧ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସବୁଠାରୁ ଅଧିକ ଯାତ୍ରୀଙ୍କର କେଦାରନାଥ ଯାତ୍ରା ସମୟରେ ମୃତ୍ୟୁ ହୋଇଛି । କେଦାରନାଥ ଯାତ୍ରା ସମୟରେ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଯମୁନେତ୍ରୀରେ ୧୪, ବଦ୍ରିନାଥରେ ୮ ଓ ଗଙ୍ଗୋତ୍ରୀରେ ୪ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ତେବେ ଯାତ୍ରୀଙ୍କର ଉଚ୍ଚ ରକ୍ତଚାପ, ହୃଦରୋଗ ଓ ପାହାଡ ଚଢିବାରେ ସମସ୍ୟା ଯୋଗୁ ହୋଇଥିବା ଜଣାପଡିଛି । ଏହାପରେ ପ୍ରଶାସନ ପକ୍ଷରୁ ଏଭଳି ଯାତ୍ରଙ୍କୁ ଯାତ୍ରା ନ କରିବାକୁ କୁହାଯାଇଛି ।

Share